/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646980617.jpeg)
Train Derailed
ପୁଣି ଲାଇନ୍ଚ୍ୟୁତ ହେଲା ମାଲ୍ବାହୀ ଟ୍ରେନ୍ । ହେଲେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା । ଏକା ଥରକେ ୬ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ନେଇ ସୂଚନା ।ଏଭଳି ଏକ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଭେଜା ନିକଟରେ । କୋଇଲା ବୋଝେଇ ହୋଇ ଟ୍ରେନ୍ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।
Advertisment
ଟ୍ରେନ୍ଟି କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ବିଳମ୍ବିତ ରାତିରେ ମାଲବାହୀ ଟ୍ରେନଟି ଲାଇନ୍ଚ୍ୟୁତ ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଳାଳଚ ବନ୍ଦ ରହିଛି । କୋରାପୁଟରୁ ଉଦ୍ଧାରକାରୀ ଟିମ୍ ଘଟଣାସ୍ତଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଟ୍ରେନ୍ ଲାଇନଚ୍ୟୁତ ପରେ ବିଶାଖାପାଟଣା-କିରନଡୁଲ୍ ଏକ୍ସପ୍ରେସ ବାତିଲ୍ କରାଯାଇଛି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ରେଳ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)