• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୁପ୍ରିମ୍‌କୋର୍ଟରେ ଓଡ଼ିଶାକୁ ବଡ଼ ସଫଳତା । କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଓଡ଼ିଶାକୁ ଆଶ୍ୱସ୍ଥି କଲା ଭଳି ସଫଳତା ମିଳିଥିବା କୁହାଯାଉଛି । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିଲା ରିଟ୍‌ ପିଟିସନ୍‌ । ଯାହାକୁ ନେଇ ସୁପ୍ରିମ୍‌କୋର୍ଟ ଆନ୍ଧ୍ର ଶକ୍ତ ଝଟ୍‌କା ଦେଇଛନ୍ତି ।

କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର । କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ଅପିଲ ଥିଲା । ଆନ୍ଧ୍ରର ପିଟିସନକୁ କଡ଼ା ଜବାବ ଦେଇଥିଲେ ଓଡ଼ିଶା ପକ୍ଷର ଓକିଲ । ଓଡ଼ିଶା ସଫଳତାର ସହ ସେଠି ନିର୍ବାଚନ କରାଇଥିବା ଅବଗତ କଲେ । ଉଭୟ ପକ୍ଷକୁ ଶୁଣିବା ପରେ ଆନ୍ଧ୍ର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ ।