Advertisment

ଦୁଷ୍କର୍ମ ନୁହେଁ ବରଂ କରେଣ୍ଟ ଯୋଗୁଁ ଯୁବତୀଙ୍କ ଗଲା ପ୍ରାଣ

ମିଛ ମୃତ୍ୟୁ ମାମଲା ରଚିଥିଲେ ପରିବାର ଲୋକେ, କିନ୍ତୁ ସତର ଖୁଲାସା କଲା ପୋଲିସ୍

author-image
Sarbeswar
ଅଦ୍ୟତନ ହୋଇଛି
undefined

deadbody-

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଚିଲିଗୁଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଟ୍ୱିଷ୍ଟ ଆସିଛି। ଦୁଷ୍କର୍ମ ପରେ ହତ୍ୟା ନୁହେଁ ବରଂ କରେଣ୍ଟ ଲାଗି ଯୁବତୀଙ୍କ ମୃତ୍ୟୁ ହୋଇଛି। ଏନେଇ ପ୍ରେସମିଟ୍‌ରେ ଖୁଲାସା କରିଛନ୍ତି କୋରାପୁଟ ଏସପି। ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଏସପି କହିଛନ୍ତି। ଜଙ୍ଗଲରେ ବାରହା ଶିକାର ପାଇଁ ଚିଲିଗୁଡା ଜଙ୍ଗଲ ମଧ୍ୟରେ ମୃତ ଯୁବତୀଙ୍କ ସମ୍ପର୍କୀୟ ୧୧ କେଭି ତାର ବିଛାଇଥିଲେ। ଯୁବତୀ ଜଣକ ଜଙ୍ଗଲ ମଧ୍ୟକୁ ପ୍ରେମିକକୁ ଭେଟିବାକୁ ଆସିଥିବା ବେଳେ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା ।

Advertisment

ଏହି ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ ଜଙ୍ଗଲର ଅନ୍ୟତ୍ର ସ୍ଥାନକୁ ନେଇ ଯୁବତୀଙ୍କ ଡ୍ରେସ ବାହାର କରି ଦୁଷ୍କର୍ମ ସହ ହତ୍ୟାର ରୂପ ଦେଇଥିଲେ। ପରିବାର ଲୋକଙ୍କ ସହ ସମ୍ପର୍କୀୟ ଘଟଣାକୁ ଚାପିବାକୁ ପରିବାର ଲୋକେ ମିଶି ଯୁବତୀଙ୍କ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ବୋରିଗୁମା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ପୋଲିସ ଖୁଲାସା କରିବା ସହ ଯୁବତୀଙ୍କ ନିଜ ଭାଇ ଓ ସମ୍ପର୍କୀୟ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଆଉ ୪ଜଣ ଫେରାର ଅଛନ୍ତି। ଗତ ୩୦ ତାରିଖ ଦିନ ଯୁବତୀ ଜଣକ ନିଖୋଜ ଥିବାବେଳେ ଜାନୁଆରୀ ୨ ତାରିଖରେ ମୃତଦେହ ମିଳିଥିଲା ।

Current Death
Advertisment
Advertisment