• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା । ୧୦ ଆକାଂକ୍ଷୀ ଜିଲ୍ଲାକୁ ଯାଇ ବିକାଶ କାମର ସମୀକ୍ଷା କରିବେ ୧୦ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରୀୟ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ବିକାଶ କାମ କେତେ ଆଗେଇଛି, ଆଜିଠୁ ଆରମ୍ଭ ହୋଇଛି ସମୀକ୍ଷା । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି । ହେଲେ ଆରମ୍ଭରୁ ଦେଖା ଦେଇଛି କେଁ । ମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ସହଯୋଗ କରିନଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପିଏମ୍ କିଷାନ ଭଳି କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ସ୍କିମ୍‌ ଉପରେ ସମୀକ୍ଷା କରାଯାଇଥିଲା । ପିଡି ଡିଆରଡିଏ, କୋରପୁଟ ଏଡିଏମ୍ ଓ ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକାରୀ ଉପସ୍ଥିତ ଥିଲେ ମଧ୍ୟ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରିପାରିନଥିଲେ ।

ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାପାଳ ଅନୁପସ୍ଥିତ ରହିଥିଲେ । ସେହିପରି ସ୍ଥାନୀୟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଏବଂ ବିଜେଡି ବିଧାୟକ ରଘୁରାମ ପୋଡାଲ ମଧ୍ୟ ବୈଠକକୁ ଆସିନଥିଲେ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ବୋଲି ବାଲିୟାନ୍ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆମକୁ କେହି ସୂଚନା ଦେଇନଥିଲେ ବୋଲି ବିଧାୟକ ପୋଡାଲ ସଫେଇ ଦେଇଛନ୍ତି ।

ଆକାଂକ୍ଷୀ ଜିଲ୍ଲାକୁ ଆସିବାକୁ ଥିବା ମନ୍ତ୍ରୀ ତାଲିକାରେ ହେବିେଓ୍ୱଟ୍ ମନ୍ତ୍ରୀ ବି ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା ଅଗ୍ରଗତିର ସମୀକ୍ଷା କରିବେ । ତେବେ ପଂଚାୟତ ଓ ପୌର ନିର୍ବାଚନ ପରେ ୧୦ ମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ତେଜିଛି ରାଜନୀତି । ଏଭଳି ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି କଂଗ୍ରେସ । ବିଜେଡି କହିଛି କେନ୍ଦ୍ରମନ୍ତ୍ରୀମାନେ ଆସିବାର ଅସୁବିଧା ନାହିଁ, ଆମେ ୨୦୩୦ ଯାଏଁ ପ୍ରସ୍ତୁତ ।

୨୦୨୪କୁ ଆଖିରେ ରଖି ବିଜେପି ଓଡ଼ିଶା ପାଇଁ ନୂଆ ରଣନୀତି ବା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ତେଣୁ ବିଜେଡି ପ୍ରତି ଦଳର ଅଭିମୁଖ୍ୟ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି ।