• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲ୍ୟାନ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ଜିଲ୍ଲାପାଳ ଉପସ୍ଥିତି ନରହିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ୪ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜିଲ୍ଲାପାଳ ଉପସ୍ଥିତ ନଥିଲେ । ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ ।

ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ କେହି ଆସିନଥିଲେ । ଏହାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିୟାନ । କୌଣସି ସହଯୋଗ ନ କରିବାରୁ କିଛି ଜାଣି ହେଲା ନାହିଁ ବୋଲି ସେ କହିଛନ୍ତି । ବିକାଶକୁ ନେଇ ରାଜନୀତି କରା ନ ଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନ୍ୟପଟେ ଆସନ୍ତା ୧୩ ଓ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା ଗସ୍ତ କରିବେ । ମାଲକାନଗିରି ଜିଲ୍ଲା ଗସ୍ତ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଅର୍ଜୁନ ମୁଣ୍ଡା କଳାହାଣ୍ଡି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ବେଳେ ସାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର ଜିଲ୍ଲା, ପ୍ରହଲ୍ଲାଦ ସିଂ ପଟେଲ ଗଜପତି ଜିଲ୍ଲା ଓ ଏସ୍.ପି ବଘେଲ ନୂଆପଡ଼ା ଜିଲ୍ଲା ଗସ୍ତ କରିବେ । ଏହାବାଦ ମନ୍ତ୍ରୀ ଶୁଶ୍ରୀ ଶୋଭ .କେ ନବରଙ୍ଗପୁର, ମନ୍ତ୍ରୀ ଶୋମ ପ୍ରକାଶ ରାୟଗଡ଼ା ଜିଲ୍ଲା ଓ ମନ୍ତ୍ରୀ ସୁବାସ ସରକାର କନ୍ଧମାଳ ଜିଲ୍ଲା ଗସ୍ତ କରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ଏନେଇ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ର ମନ୍ତ୍ରୀମାନେ ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା ଆଦି ଆକାଂକ୍ଷୀ ଜିଲ୍ଲାକୁ ୨୦ ତାରିଖ ଭିତରେ ଗସ୍ତ କରିବେ । ଉନ୍ନୟନମୂଳକ କାମର ସମୀକ୍ଷା କରିବେ । ପ୍ରଶାସନିକ ଅଧିକାରୀଙ୍କ ସହ ତଦାରଖ କରିବେ । ଏହାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ।