• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଙ୍ଗଲରୁ ମିଳିଲା ନରକଙ୍କାଳ । କୋରାପୁଟ ସଦର ଥାନା ଏକଟାଗୁଡା ନିକଟ କାଜୁ ଜଙ୍ଗଲରେ ନର କଙ୍କାଳ ଠାବ ହୋଇଛି । ବିକ୍ଷିପ୍ତ ଭାବେ ଶରୀର, ମୁଣ୍ଡ ଏବଂ ହାତ ଜଙ୍ଗଲରେ ପଡ଼ି ରହିଛି । ତେବେ ଏହା ପୁରୁଷ ନା ମହିଳାଙ୍କର କଙ୍କାଳ, ତାହା ଜଣାପଡ଼ିନାହିଁ । ଜଙ୍ଗଲର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଚିହ୍ନ ବି ରହିଛି । ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରାପୁଟ ଏସ୍‌ଡିପିଓ କହିଛନ୍ତି ।

ଏହା ପୂର୍ବରୁ  ଭୁବନେଶ୍ୱରରେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ପୋଲ ତଳୁ ମିଳିଥିଲା ମଣିଷ ଖପୁରୀ । ନରମୁଣ୍ଡ ସହ ବିଛାଡ଼ି ହୋଇ ପଡ଼ିଥିଲା ଖଣ୍ଡ ଖଣ୍ଡ ହାଡ଼ । ଯାହାକି ମଣିଷ ହାତ, ଗୋଡ଼ ଓ ପଞ୍ଜରାର ବୋଲି ପୁରା ପୁରି ବାରି ହୋଇପଡୁଥିଲା । ରାଜଧାନୀ ଉପକଣ୍ଠ କଳାରାହଙ୍ଗରେ ମିଳିଥିଲା ୧୪ରୁ ଅଧିକ ମଣିଷ ଖପୁରୀ । ଅଳିଆ ଆବର୍ଜନା ଭିତରେ ସନ୍ଦେହ ଜନକ ଭାବେ ପଡିଥିବା ଏତେ ସଂଖ୍ୟକ ଖପୁରୀ ଓ ହାଡ଼କଙ୍କାଳ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ଖବର ପାଇ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଏସବୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଇଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସକୁ ହାଡ଼ ଗୁଡ଼ିକର ପରୀକ୍ଷା ପାଇଁ ହାଡ଼ ପଠାଯାଇଥିଲା । 

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର । କେଉଁଠୁ ଓ କୁଆଡୁ ଆସିଲା ଏତେ ସଂଖ୍ୟକ ଅସ୍ଥି କଙ୍କାଳ ? କିଏ ଫିଙ୍ଗିଲା ଓ କାହିଁକି ଫିଙ୍ଗିଲା ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଲୋକଙ୍କୁ ଘାରୁଥିବା ବେଳେ ସନ୍ଦେହ ଓ ଆତଙ୍କ ବି ବଢ଼ିଥିଲା ।