ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।
ଟିଏମ୍ସିରେ ଯୋଗଦେଲେ ଭେଟେରାନ୍ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍ସିରେ ଯୋଗଦେଇଛନ୍ତି ।
ମୁମ୍ବାଇ କ୍ରୁଜ୍ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା ।
ମାଟିରେ ପଡିଥିବ ବାପାଙ୍କର ଶବ। ଜନ୍ମଦାତା ଏ ଦୁନିଆ ଛାଡି ଚାଲିଯାଇଥିବେ। ପାଖରେ ନ ଥିବ ସାହାରା ଆଉ ସାହସର ପ୍ରତୀକ। ଏହି ଦୁଃଖ ସମୟରେ କିଏ ବା ନିଜକୁ ଧୈର୍ଯ୍ୟ ଧରି ରହିପାରିବ। କାହାରର ବା ହୃଦୟ ଫାଟି ନ ପଡିବ ଆଉ ଶ୍ୱାସର ଗତି ବାଟବଣା ନ ହେବ। କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ ଏହି ବିରହ ସମୟରେ ବି ସନ୍ତାନଟିଏ ନିଜକୁ ଚର୍ଚ୍ଚାକୁ ଆଣିବାକୁ ଚେଷ୍ଟା ଜାରି ରଖେ।
ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଆର୍ୟନ୍ ଖାନ୍ଙ୍କୁ ଜାମିନ ମିଳିସାରିଛି । ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବେଲ୍ ବଣ୍ଡ ଦାଖଲ ମଧ୍ୟ କରିଛନ୍ତି । କୁହାଯାଏ ସାହରୁଖଙ୍କର ଭଲ ବନ୍ଧୁ ହେଉଛନ୍ତି ଜୁହି ଚାୱଲା ।
ଖାଲି ପେଟରେ ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ଭୋକ ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାହ୍ନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ । ତେଣୁକରି ଅଦିକ ଭୋକ ହେବା ସମୟରେ ଆମେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ ।
ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି
ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।
ଶାହାରୁଖ୍ ଖାନ୍ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍ରେ ଡ୍ରଗ୍ସ୍ ପାର୍ଟି ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଗିରଫ ହୋଇଥିଲେ, ଗତକାଲି ତାଙ୍କର ଜାମିନ ମଧ୍ୟ ହୋଇଛି
ସାଉଥ୍ ଆକ୍ଟର ପୁନିତ୍ ରାଜକୁମାରଙ୍କ ପରଲୋକ । ପୁନିତ୍ଙ୍କ ହୃଦଘାତର ଶିକାର ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅସୁସ୍ଥ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ଅଭିନେତା ମାଧବନଙ୍କ ନାଁ ରଖିଲେ ପୁଅ ବେଦାନ୍ତ । ବେଦାନ୍ତଙ୍କ ପାଇଁ ବାପାଙ୍କ ଛାତି ଏବେ କୁଣ୍ଢେମୋଟ ହୋଇ ପଡିଛି । ହେଲେ ପୁଅ ବେଦାନ୍ତ କୌଣସି ଫିଲ୍ମରେ ଡେବ୍ୟୁ କରିନାହାନ୍ତି କି ତାଙ୍କୁ ବଲିଉଡ୍ କି ସାଉଥ୍ର ବଡ ଫିଲ୍ମରେ ରୋଲ୍ ବି ମିଳିନି । ହେଲେ ପୁଅ ଯାହା କରିଦେଖାଇଛନ୍ତି ତାହା, ଯିଏ ଶୁଣୁଛି ବାରମ୍ବାର ପ୍ରଶଂସା କରିବାରେ ଲାଗିଛି ।
ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।
ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।
କୋଭାକ୍ସିନ୍କୁ କେବେ ମିଳିବ WHO ର ସ୍ୱୀକୃତି । ତାରିଖ ପରେ ତାରିଖ ଗଢିବାରେ ଲାଗିଛି । ଦିନ ପରେ ଦିନ ବିତୁଛି । ଆଜି ମିଳିବ, କାଲି ମିଳିବ ବୋଲି କୁହାଯାଉଛି, ହେଲେ ମିଳୁନାହିଁ ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ମଞ୍ଜୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆହୁରି ସମୀକ୍ଷା ଦରକାର ବୋଲି କୁହାଯାଇଛି ।
ଆଜି ଜେଲରୁ ମୁକୁଳି ପାରନ୍ତି ଶାହରୁଖ୍ ଖାନଙ୍କ ପୁଅ ଆର୍ୟ୍ୟନ ଖାନ୍ । ଆର୍ଥର ରୋଡ୍ ଜେଲ୍ ରେ ଗତ ୨୨ ଦିନ ଧରି ଥିବା ଆର୍ୟନଙ୍କୁ ମିଳିଛି ଜାମିନ୍ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଆଜି ସେ ମୁକୁଳି ପାରନ୍ତି । ତେବେ ଆର୍ୟ୍ୟନଙ୍କୁ ଆଣିବାକୁ ଖୋଦ୍ ଶାହରୁଖଙ୍କ ଯିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପକ୍ଷରୁ ନଭେମ୍ବର ୩୦ ଯାଏଁ କୋଭିଡ୍ କଟକଣା ଅବଧି ବଢାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ଗାଇଡ୍ଲାଇନ୍ସ ନିର୍ଦ୍ଦେଶ ଜାରି କରାଯାଇଛି ।
କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।
ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ ।
ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ। ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ ।
ସ୍ୱାଧିନ ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ଭୁୟସୀ ପ୍ରଶଂସା କରିବା ବେଳେ ଅମିତ ଶାହ ଏଭଳି କହିଛନ୍ତି ।
କମିଲା ସୁନା ଦର,ଦୀପାବଳା ଓ ଧନତେରାସ ପୂର୍ବରୁ କମିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୪୦ ଟଙ୍କା କମି ୪୭,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୪୦ ଟଙ୍କା କମି ୪୮,୧୩୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।
ଉପରେ ନିର୍ମଳ ଆକାଶ, ତଳେ ସଫେଦ ଚାଦର ଭଳି ବରଫର ଆସ୍ତରଣ । ଅକ୍ଟୋବର ଶେଷ ସପ୍ତାହରେ ତୁଷାରପାତ ଋତୁର ଅୟମାରମ୍ଭ । ପ୍ରକୃତିରାଣୀର ପହିଲି ସ୍ପର୍ଶ ପରେ ହୋଇଥିବା ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି ।