• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପକ୍ଷରୁ ନଭେମ୍ବର ୩୦ ଯାଏଁ କୋଭିଡ୍ କଟକଣା ଅବଧି ବଢାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ଗାଇଡ୍ଲାଇନ୍ସ ନିର୍ଦ୍ଦେଶ ଜାରି କରାଯାଇଛି । ତାସହ ଦେଶବ୍ୟାପୀ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ତେବେ ଗତ କିଛି ଦିନ ହେଲା ସାମାନ୍ୟ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ଦେଶରେ କରୋନା ସ୍ଥିତି ସ୍ଥିର ରହିଥିବା ବେଳେ କେତେକ ରାଜ୍ୟରେ ପୁଣି ସଂକ୍ରମଣ ବଢିବାରେ ଲାଗିଛି । କାଲି ଦୈନିକ ସଂକ୍ରମଣ ୧୬ ହଜାରରୁ ଅଧିକ ଥିବାବେଳେ ମୃତ୍ୟୁ ସଂଖ୍ୟା ୭ଶହରୁ ଅଧିକ ରହିଥିଲା । ଆଜି ମଧ୍ୟ ଦେଶରେ ୧୬,୧୫୬ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଦେଶରେ ପାର୍ବଣ ଦୃଷ୍ଟିକୋଣରୁ ସଂକ୍ରମଣ ବୃଦ୍ଧି ହେଉଥିବାର୍ ଆଶା କରାଯାଉଛି ।

ରାଜ୍ୟରେ ୨୪ ଘଣ୍ଟାରେ ୩୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୬ ଜଣ ଆକ୍ରାନ୍ତ ରହିଛନ୍ତି । କ୍ୱାରେଣ୍ଟିନରୁ ୨୧୨ ଜଣ ଏବଂ ଲୋକାଲ କେସରୁ ୧୫୩ ଜଣ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫କୁ ବୃଦ୍ଧି ହୋଇଛି । ପାର୍ବଣକୁ ନେଇ ଦେଶରେ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରାଯାଇଥିଲା । ବର୍ତ୍ତମାନ ଏହି ଅବଧିକୁ ନଭେମ୍ବର ୩୦ ଯାଏଁ ବଢାଇ ଦିଆଯାଇଛି ।

ନିକଟରେ ଭାରତ ଟିକାକରଣରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି । ସାରା ଦେଶରେ ୧୦୦ କୋଟି ଟିକାକରଣ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମର ୮୨ତମ ସଂସ୍କରଣରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ୧୦୦ କୋଟି ଡୋଜ୍ ଟିକାକରଣ ସଂପନ୍ନ ହୋଇପାରିଛି ବୋଲି କହିଛନ୍ତି ।