• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଫିଲ୍ମ କରିବାକୁ ମନା କଲେ କଙ୍ଗନା

  • ଜାଣନ୍ତୁ କାରଣ କଣ?

ନୂଆଦିଲ୍ଲୀ: ଶାହାରୁଖ୍‌ ଖାନ୍‌ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍‌ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍‌। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍‌ରେ ଡ୍ରଗ୍ସ୍‌ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଗିରଫ ହୋଇଥିଲେ, ଗୁରୁବାର ତାଙ୍କର ଜାମିନ ମଧ୍ୟ ହୋଇଛି। କିନ୍ତୁ ଶାହାରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ଇଚ୍ଛା କରୁନାହାନ୍ତି ଅଭିନେତ୍ରୀ।

ଶାହାରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ରାଜି ହେଉନାହାନ୍ତି ଅଭିନେତ୍ରୀ। ତେଣୁ ବର୍ତ୍ତମାନ ସମୟରେ ଶାହାରୁଖ୍‌ଙ୍କର ଫିଲ୍ମ ସୁଟିଂ ହୋଇପାରୁନଥିବା ସୂଚନା ମିଳିଛି। ଏମିତିକି ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚିତ ଥିବା କଙ୍ଗନା ରଣାୱତ୍‌ ମଧ୍ୟ ତାଙ୍କ ସହ ଫିଲ୍ମ କରିବା ପାଇଁ ରାଜି ହେଉନଥିବା କୁହାଯାଉଛି। ମୋଟ୍‌ ଉପରେ କହିବାକୁ ଗଲେ, ବଲିଉଡ୍‌ରେ ଶାହାରୁଖ୍‌ଙ୍କର ବ୍ରାଣ୍ଡ୍‌ ଭ୍ୟାଲୁ କମୁଥିବା କୁହାଯାଇଛି। ଫିଲ୍ମ ଜିରୋରେ ମଧ୍ୟ କଙ୍ଗନା କାମ କରିବାକୁ ମନା କରିଦେଇଛନ୍ତି। କେବଳ ଏତିକି ନୁହେଁ ବରଂ, ଶାହାରୁଖ୍‌ଙ୍କର ବିଜ୍ଞାପନ ବହୁତ ହ୍ରାସ ପାଇଛି। ଏପରିକି କରିସ୍ମା ମଧ୍ୟ ସୁଟିଂ ପାଇଁ ରାଜି ହୋଇନାହାନ୍ତି।

କୁହାଯାଉଛି, ଠିକ୍‌ ସମୟରେ ସୁଟିଂ ସେଟ୍‌ରେ ପହଞ୍ଚିପାରୁନାହାନ୍ତି ଶାହାରୁଖ୍‌। ଯାହାଦ୍ୱାରା ସୁଟିଂର ଡେଟ୍‌ ମଧ୍ୟ ଗଡ଼ିଗଡ଼ି ଯାଉଛି। ସୂଚନା ଅନୁସାରେ, ପୁଅକୁ ନେଇ ଏବେ ବେଶ୍‌ ଚିନ୍ତାରେ ଅଛନ୍ତି କିଙ୍ଗ୍‌ ଖାନ୍‌। କେମିତି ଶାହାରୁଖ୍‌ ନେଇଥିବା ଫିଲ୍ମର ସୁଟିଂ ଆରମ୍ଭ ହେବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ନିର୍ଦ୍ଦେଶ ଓ ପ୍ରଯୋଜକ। କୁହାଯାଉଛି, ଏନସିବି ମାମଲାକୁ ନେଇ ତଦନ୍ତ ବଢାଉଛି, ଆଉ ଏପଟେ କିଙ୍ଗ୍‌ ଖାନ୍‌ଙ୍କର ଚିନ୍ତା ବି ସମାନ ପରିମାଣରେ ବଢୁଛି।

ସେ ଯାହା ବି ହେଉ, କେମିତି ପୁଣି ଥରେ ଶାହାରୁଖ୍‌ଙ୍କର ଫିଲ୍ମ ସବୁ ସୁଟିଂ ହୋଇପାରିବ ତାହାକୁ ନେଇ କିଙ୍ଗ୍‌ ଖାନ୍‌ଙ୍କ ସହ ଆଲୋଚନା ହେବା ନେଇ ଜଣାପଡ଼ିଛି। ହେଲେ ଆର୍ୟନଙ୍କୁ ଏହାରି ମଧ୍ୟରେ ବମ୍ବେ ହାଇକୋର୍ଟ ଜାମିନ୍‌ ଦେଇସାରିଛନ୍ତି। ତେଣୁ ଖୁବ୍‌ଶୀଘ୍ର ଶାହାରୁଖ ସୁଟିଂ ସେଟ୍‌କୁ ଫେରିବେ ବୋଲି କୁହାଯାଇଛି। ଏମିତିକି ପୁଅ ଜେଲ୍‌ ଯିବା ପରେ ଶାହାରୁଖ୍‌ ମନ୍ନତରେ ରହୁନଥିଲେ ଏବଂ ଦାମୀକିଆ ଗାଡ଼ି ମଧ୍ୟ ଚଳାଉନଥିବା ଚର୍ଚ୍ଚା ଚାଲିଛି। ତେବେ ଏବେ ଦେଖିବାକୁ ବାକି ରହିଲା କେବେଠୁ ପୁଣି ଥରେ ଶାହାରୁଖ୍‌ଙ୍କର ଫିଲ୍ମ ସୁଟିଂ ଆରମ୍ଭ ହେଉଛି।