Advertisment

ଗୋଆରେ ଗର୍ଜିଲେ ଦିଦି: କହିଲେ, ଦିଲ୍ଲୀର ଦାଦାଗିରି ଚଳିବ ନାହିଁ

ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି

author-image
Sarbeswar
Mamata

Mamata

ନୂଆଦିଲ୍ଲୀ: ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି। କିନ୍ତୁ ଏଠାରେ ବି ସ୍ପଷ୍ଟ କରୁଛି କି, ମୁଁ ଦିଲ୍ଲୀର ଦାଦାଗିରି ଏଠାରେ କରାଇ ଦେବିନାହିଁ। ଏହାସହ ମୁଁ ଗୋଆର ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ କି ଆପଣଙ୍କ ସହ ମିଶି ଲଢେଇ କରିବାକୁ ପ୍ରସ୍ତୁତ ଅଛି ବୋଲି ଦିଦି ସ୍ପଷ୍ଟ ଭାବରେ କହିଛନ୍ତି।

Advertisment

ବର୍ତ୍ତମାନ ସମୟରେ କେନ୍ଦ୍ର-ଟିଏମ୍‌ସି ମଧ୍ୟରେ ଜୋରଦାର ଲଢେଇ ହେଉଛି। ଆଉ ଆଜି ଦିଦି ଗୋଆ ଗସ୍ତରେ ଯିବା ସମୟରେ ବିଜେପି କର୍ମୀମାନେ ଦିଦିଙ୍କୁ କଳାପତାତା ଦେଖାଇଥିଲେ। ତେଣୁ ଦିଦି ଆଜିର ଭାଷଣ ବେଳେ ବିଜେପିକୁ ଟାର୍ଗେଟ୍‌ କରି କହିଥିଲେ, ଯେଉଁମାନେ ମତେ କଳାପାତାକା ଦେଖାଇଛନ୍ତି ସେମାନଙ୍କୁ ଧନ୍ୟବାଦ୍‌। ଗଣତନ୍ତ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ରହିଛି। ତେଣୁ ତାହାକୁ ମୁଁ ବିରୋଧ କରିବି ନାହିଁ ବୋଲି ଦିଦି କହିଛନ୍ତି।

Advertisment

ତେବେ ଗୋଆରେ ଆଜି ଅଭିନେତ୍ରୀ ନଫିସା ଅଲି ଏବଂ ଟେନିସ୍‌ ଖେଳାଳି ଲିଅଣ୍ଡର୍‌ ପେସ୍‌ ମଧ୍ୟ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ତେବେ ଏନେଇ ଦିଦି କହିଛନ୍ତି ଯେ, ଲିଅଣ୍ଡର୍‌ ପେସ୍‌ ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଥିବାରୁ ତାଙ୍କୁ ବହୁତ୍‌ ବହୁତ୍‌ ଧନ୍ୟବାଦ ଜଣାଉଛି। ବହୁ ପୂର୍ବରୁ ତାଙ୍କ ମୁଁ ଜାଣେ। କିନ୍ତୁ ଟିଏମ୍‌ସିରେ ମିଶିବା ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ନେଇ ମୁଁ ବହୁତ୍‌ ଆନନ୍ଦିତ ବୋଲି ମମତା କହିଛନ୍ତି।

ଏହାସହ ଗୋଆକୁ ପ୍ରଶଂସା କରିଛନ୍ତି ଦିଦି। କହିଛନ୍ତି, ଏଠାକାର ଲୋକମାନେ ବେଶ୍‌ ଭଲ। ସମସ୍ତେ ଏଠାକୁ ବୁଲିବାକୁ ଆସନ୍ତି। ଏଠିକାର ଲୋକ ମାଛ ଖାଇବାକୁ ଭଲ ପାଆନ୍ତି ଆଉ ବଙ୍ଗର ଲୋକ ମଧ୍ୟ ମାଛ ଖାଇବାକୁ ଭଲ ପାଆନ୍ତି ବୋଲି ଦିଦି କହିଛନ୍ତି। ତେଣୁ ବଙ୍ଗ ଓ ଗୋଆର ସମ୍ପର୍କ ବହୁ ପୁରୁଣା ବୋଲି ଦିଦି କହିଛନ୍ତି। ମମତାଙ୍କ ଉଦ୍‌ବୋଧନୀ ସଭାରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫାଲେରିଓ, ‘ତୃଣମୂଳ କଂଗ୍ରେସ’ ସାଂସଦ ଡେରେକ୍‌ ଓ’ବ୍ରିଏନ୍‌ ଏବଂ ସ୍ଥାନୀୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

Mamata Banerjee BJP TMC Goa
Advertisment
Advertisment