• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌ଙ୍କୁ ଜାମିନ ମିଳିସାରିଛି । ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଦାଖଲ ମଧ୍ୟ କରିଛନ୍ତି । କୁହାଯାଏ ସାହରୁଖଙ୍କର ଭଲ ବନ୍ଧୁ ହେଉଛନ୍ତି ଜୁହି ଚାୱଲା । ଆଜି ତାହା ପ୍ରମାଣ ମଧ୍ୟ ହୋଇଛି । ସାହାରୁଖଙ୍କ ପୁଅ ଆର୍ୟନ୍‌ଙ୍କ ପାଇଁ ଜୁହି ଦାଖଲ କରିଛନ୍ତି ଏକ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ।

ତେବେ ଗୁରୁବାର ଆର୍ୟନ୍‌ଙ୍କୁ ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଆର୍ୟନ୍‌ ଜେଲରୁ ବାହାରିବା ପାଇ କୋର୍ଟ ଅନେକ ସର୍ତ୍ତ ରଖିଛନ୍ତି । ଆଉ ସେହି ସର୍ତ୍ତ ଗୁଡ଼ିକ ହେଲା ଆର୍ୟନ୍‌ ପୁଣି ଥରେ ଏଭଳି ଭୁଲ କରିବେ ନାହିଁ । ପୁନର୍ବାର ଏଭଳି କୌଣସି ଅପରାଧ ନକରିବାକୁ କଡ଼ା ସର୍ତ୍ତ ରଖିଛନ୍ତି କୋର୍ଟ । ଖାଲି ସେତିକି ନୁହେଁ ସ୍ପେଶାଲ କୋର୍ଟରେ ନିଜ ପାସ୍‌ପୋର୍ଟ ଜମା କରିବାକୁ ଆର୍ୟନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ NCB ଅଫିସ୍‌ରେ ପ୍ରତି ଶୁକ୍ରବାର ୧୧ଟାରୁ ୨ଟା ଭିତରେ ଆର୍ୟନ୍‌ ହାଜିରା ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । NDPS କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ଯାଇ ପାରିବେନି ଆର୍ୟନ୍ ବୋଲି କୋର୍ଟ କହିଛନ୍ତି ।

ସେହିଭଳି ଗୁରୁବାରଠାରୁ କୋର୍ଟ ଜାମିନ ମଞ୍ଜୁର କରିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ୫ ଟା ସୁଦ୍ଧା ଜେଲ୍‌ରୁ ମୁକୁଳିପାରି ନାହାନ୍ତି ଆର୍ୟନ୍‌ । ହେଲେ ଆଜି ଆର୍ୟନ୍‌ ଜେଲ୍‌ରୁ ମୁକୁଳିବାର ଅନେକ ସମ୍ଭାବନା ରହିଛି । କାରଣ କୋର୍ଟରେ ସମସ୍ତ ପ୍ରୋସିଜିଓର ଶେଷ ହୋଇସାରିଛି ।

ଆର୍ଥର ରୋଡ୍ ଜେଲ୍‌ରେ ଗତ ୨୨ ଦିନ ଧରି ଥିବା ଆର୍ୟନଙ୍କୁ ମିଳିଛି ଜାମିନ୍ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଆଜି ସେ ମୁକୁଳି ପାରନ୍ତି । ତେବେ ଆର୍ୟନଙ୍କୁ ଆଣିବାକୁ ଖୋଦ୍ ଶାହରୁଖଙ୍କ ଯିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆର୍ଥର ରୋଡ୍ ଆଖପାଖ ଅଞ୍ଚଳରେ ଟ୍ରାଫିକକୁ ନିୟନ୍ତ୍ରଣ କରିବାକୁ ଫୋର୍ସ ମୁତୟନ କରାଯାଇଛି । ସେହିପରି ଆଜି ଜେଲରୁ ମୁକୁଳିବେ ଆର୍ୟନଙ୍କ ବନ୍ଧୁ ତଥା ଏହି ମାମଲାରେ ଗିରଫ ହୋଇଥିବା ଅରବାଜ୍ ମର୍ଚାଣ୍ଡ ଓ ମୁନ୍‌ମୁନ୍ ଧନେଚା  ।