ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ୍ କିଙ୍ଗ୍ଖାନ୍ ଶାହରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ମିଳିବ କି ବେଲ୍ ? ଗତ ୩ ସପ୍ତାହ ହେଲା ଜେଲ୍ରେ ଥିବା ଆର୍ୟନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହେବ।
ନିଆଁ ଲାଗି ୪ ମୃତ। ଘରେ ଶୋଇଥିବା ବେଳେ ନିଆଁ ଲାଗିଯିବା ଫଳରେ ଅକାଳରେ ୪ ଜଣଙ୍କ ଜୀବନ ଚାଲି ଯାଇଛି। ଆଜି ଭୋର ସମୟରେ ଦିଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୬ ତାରିଖ, ମଙ୍ଗଳବାର, ତୁଳା୧୦ ଦିନ, କାର୍ତ୍ତିକମାସ,କୃଷ୍ଣପକ୍ଷ, ପଞ୍ଚମୀ ଯୁକ୍ତ ଷଷ୍ଠୀତିଥି, ଆର୍ଦ୍ରାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ମୁମ୍ବାଇ ଡ୍ରଗସ ପାର୍ଟି ମାମଲାରେ ଗୋଟିଏ ପରେ ଗୋଟିଏ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପ୍ରତିଦିନ ମାମଲାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ। ଏନ୍ସିବି ଅଧିକାରୀ ସମୀର ଓ୍ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ଚର୍ଚ୍ଚା ହେଉଛି, ସେ ଆଜି ଏନ୍ସିବି ଡିଜି ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟି ପାରନ୍ତି।
ଯବାନଙ୍କୁ ସାଲ୍ୟୁଟ୍ ମାରୁଛି ୪ ବର୍ଷର ଛୋଟ ଛୁଆ । ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକର ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ଛୋଟ ଛୁଆ ହଠାତ୍ ଜଣେ ସି.ଆଇ.ଏସ୍.ଏଫ୍ କର୍ମଚାରୀଙ୍କୁ ଦେଖି ସାଲ୍ୟୁଟ୍ ପ୍ରଦାନ କରିଛି
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଓ କାଶ୍ମୀର ଗସ୍ତକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଧାରା ୩୭୦ ଉଠିବାର ୨ ବର୍ଷ ପରେ କାଶ୍ମୀର ଗସ୍ତ କରିଛନ୍ତି ଅମିତ ଶାହା ।
କିଙ୍ଗ ଖାନ୍ ଶାହାରୁଖ୍ଙ୍କ ପୁଅ ଆର୍ୟନଙ୍କ ଉପରେ ଆକ୍ସନ ନେଇ ନିଜ ପାଇଁ ବିପଦ ଡାକିଲେ କି ଏନ୍ସିବି ଜୋନାଲ ଡିରେକ୍ଟର ସମୀର ଓ୍ୱାଙ୍ଖଡେ ? କାରଣ, ସମୀରଙ୍କ ବିରୋଧରେ ଆରମ୍ଭ ହୋଇଛି ଭିଜିଲାନ୍ସ ତଦନ୍ତ ।
ଉତ୍ତର ପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସର ବଡ଼ ଘୋଷଣା । ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି କଂଗ୍ରେସର ସାଧାରଣ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଘୋଷଣା କରିଛନ୍ତି ।
ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍’ ଭିଡିଓ । ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୁର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ଜିଓଫୋନ ନେକ୍ସଟ୍ ପ୍ରସ୍ତୁତ କରିବାକୁ ସହଭାଗୀ ଗୁଗଲ ଏବଂ କ୍ୱାଲକମ୍ ସହିତ ନିଜର ଦୂରଦୃଷ୍ଟି ଓ ମିଳିତ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି
ସମୀର ୱାଙ୍ଖଡେଙ୍କ ଥମୁନି ଚର୍ଚ୍ଚା । ଦୁଇଟି ବିବାହ କରି ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସମୀର । କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।
ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଅଜବ ଗଜବ ରହିଛି। ଅଦ୍ୟାବଧି ଆପଣ ଏକ ଫ୍ଲାଟ, ଘର କିମ୍ବା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଭଡାରେ ଦିଆଯାଉଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ମଣିଷମାନେ ମଧ୍ୟ ଭଡାରେ ମିଳନ୍ତି। ଏହି କଥାଟି ଆପଣଙ୍କ ପାଇଁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହି ଦେଶରେ ବିବାହ ଉତ୍ସବରେ ଅତିଥିମାନଙ୍କୁ ଭଡ଼ାରେ ନିମନ୍ତ୍ରଣ କରାଯାଇଥାଏ ଏବଂ ଏଥିପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଏ।
ଆଳୁକୁ ଦେଶ ଦୁନିଆରେ ପନିପରିବାର ରାଜା ବୋଲି କୁହାଯାଏ। ପନିପରିବା ବ୍ୟତୀତ ଚିପ୍ସ ଓ ହାଲ୍ୱା ମଧ୍ୟ ଆଳୁରୁ ତିଆରି ହୋଇଥାଏ। ଏହା ବର୍ଷସାରା ଖିଆଯାଉଥିବା ଏକ ପରିବା। କିନ୍ତୁ ଅଫ୍ସିଜିନ୍ ତଥା ଯେତେବେଳେ ଆଳୁର ନୂଆ ଫସଲ ଆସିବାକୁ ଥାଏ ସେତେବେଳେ ପୁରୁଣା ଆଳୁରେ ଏକା ପ୍ରକାର ସମସ୍ୟା ଦେଖାଦେଇଥାଏ। ତାହା ହେଉଛି, ଉପରୁ ଭଲ ଦେଖାଯାଉଥିବା ଏକ ସତେଜ ଆଳୁକୁ କାଟିଦେଲା ପରେ ତା ଭିତରେ କିଛି କଳା କଳା ଦେଖାଯାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଅଧିକାଂଶ ଜାଣନ୍ତି ନାହିଁ ଏହା ଭଲ କି ଖରାପ। ତେବେ ଆସନ୍ତୁ ଜାଣିବା ଆଳୁରେ ଦେଖାଯାଉଥିବା ଏହି କଳା ଅଂଶ କ’ଣ? ଏହା ଆଳୁ ନଷ୍ଟ ହେବାର ଲକ୍ଷଣ କି?
ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ। କିନ୍ତୁ ଏହି ଲେଖାରେ ଆମେ ଆମ ଦେଶ ବିଷୟରେ ଆଲୋଚନା କରୁନୁ। ଏଠାରେ ଆମେ ୟୁରୋପର ସବୁଠାରୁ ବିକଶିତ ରାଷ୍ଟ୍ର ଜର୍ମାନୀର କଥା କହୁଛୁ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏଠି ଲୋକଙ୍କୁ ଦୁଇ ପ୍ରକାରର ବିଦ୍ୟୁତ୍ ବିଲ୍ ଭରଣ କରିବାକୁ ହୋଇଥାଏ।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୭୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ଓ ୪୯,୧୧୦ ଟଙ୍କା ରହିଛି।
ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ମଧ୍ୟ କୁହାଯାଏ । ଧାର୍ମିକ ଦୃଷ୍ଟିକୋଣରୁ ଏହି ମାସର ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ଖାଦ୍ୟ ପାନୀୟ କିଛି ବିଶେଷ ନିୟମ ରହିଛି । ଏହି ମାସରେ ମାଛ,ମାଂସ ଆଦି ଆମିଷ ସେବନ କରିବା ଭଲ ନୁହେଁ ବୋଲି କୁହାଯାଏ । ଏହାର ଉଭୟ ଧର୍ମିକ ଓ ବୈଜ୍ଞାନିକ କାରଣ ରହିଛି ।
୨୦୨୨ ଆଇପିଏଲ୍ରେ ସାମିଲ ହେବେ ଆଉ ଦୁଇ ନୂଆ ଟିମ୍ । ଏନେଇ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆ ଆଇପିଏଲ୍ ଟିମ୍ ପାଇଁ ବିଡିଂରେ ଅଦାନୀ ଗ୍ରୁପ୍ ଏବଂ ଇଂଲଣ୍ଡର ପ୍ରସିଦ୍ଧ ଫୁଟବଲ୍ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ର ମାଲିକ ଗ୍ଲାଜର ବ୍ରଦର୍ସ ବିଡ୍ ଜିତିଥିବା ସୂଚନା ମିଳିଛି ।
ଏବେ ସାରା ଦେଶରେ ଡେଙ୍ଗୁର ଆତଙ୍କ ଦେଖା ଦେଇଛି। ଅନେକ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ସାଧାରଣତଃ ଡେଙ୍ଗୁ ଜୀବନ ପ୍ରତି ଏତେ ବିପଦ ନୁହେଁ। ଯଦି ଆପଣ କିଛି ମାତ୍ରାରେ ସାବଧାନ ରହିବେ ତେବେ ଘରେ ବସି ହିଁ ଏହି ରୋଗରୁ ମୁକ୍ତି ପାଇପାରିବେ। ଏଠାରେ ସାବଧାନର ଅର୍ଥ ହେଉଛି ନିଜେ ଡାକ୍ତର ନ ହେବା। କାରଣ ଅନେକ ସମୟରେ ଦେଖାଯାଏ ଯେ କୌଣସି ରୋଗ ହେଲେ ଲୋକେ ନିଜେ ନିଜେ ମେଡିସିନ୍ ଷ୍ଟୋର୍ରୁ ଔଷଧ ଆଣି ଖାଇଦିଅନ୍ତି ନଚେତ ଅନ୍ୟ କାହାର ପରାମର୍ଶରେ କିଛି ବି କରି ବସନ୍ତି। ଏ ଦିଗ ପ୍ରତି ଦୃଷ୍ଟିଦେବା ଜରୁରୀ।
ଚୀନରେ ବେକାକୁ ହେଲାଣି କରୋନା। ଦିନକୁ ଦିନ ଚାଇନାର ବିଭିନ୍ନ ସହରରେ ବଢିଚାଲିଛି ସଂକ୍ରମଣର ସଂଖ୍ୟା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ବଡ଼ ପଦକ୍ଷେପ ନେଇପାରନ୍ତି ଜିନପିଙ୍ଗ୍ ସରକାର। ଏପରିକି, ପୁଣି ଥରେ ଚାଇନାକୁ ଲକଡାଉନ୍ ଫେରିପାରେ ବୋଲି ଚର୍ଚ୍ଚା ଚାଲିଛି।
କିଙ୍ଗ୍ ଖାନ୍ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍ରେ ଅନେକ କଳାକାର କିଙ୍ଗ୍ ଖାନ୍ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି
ସୁପରଷ୍ଟାର ରଜନୀକାନ୍ତଙ୍କୁ ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ‘ଦାଦା ସାହେବ ଫାଲ୍କେ ଆୱାର୍ଡ’ ମିଳିଛି। ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ସାମିଲ ହୋଇ ରଜନୀକାନ୍ତ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ସେ ଦେଶର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଏହି ପୁରସ୍କାରକୁ ଗ୍ରହଣକରି ରଜନୀକାନ୍ତ ନିଜ ଗୁରୁ ବାଲାଚନ୍ଦର, ଭାଇ ସତ୍ୟନାରାୟଣ ଗାୟକୱାଡ୍ ଓ ତାଙ୍କର ସବୁଠାରୁ ଭଲ ବନ୍ଧୁ ରାଜ ବାହାଦୂରଙ୍କୁ ସମର୍ପଣ କରିଛନ୍ତି।
ପ୍ରେମ। ଲୋକେ କହନ୍ତି ଏହି ଶବ୍ଦ ଅଢେଇ ଅକ୍ଷର। ପ୍ରେମ ହେଉଛି ଚିରନ୍ତନ ସତ୍ୟ। ଆଉ ପ୍ରେମ ଯିଏ କରିଛି ସିଏ ତାହାର ପରିଭାଷାକୁ ହିଁ ବୁଝିପାରିଛି। ବ୍ରିଟେନ୍ର ଜଣେ ପ୍ରେମିକ ଜଣକ ଏମିତି କରିଛନ୍ତି ଯାହାକୁ ନେଇ ଚାଲିଛି ଚର୍ଚ୍ଚା। କାରଣ ପ୍ରେମିକ ଜଣକ ପ୍ରେମିକାଙ୍କୁ ଯେଉଁ କଥା ଦେଇଥିଲେ ତାହାକୁ ରକ୍ଷା କରିଛନ୍ତି
ଦିଲ୍ଲୀରେ ବିଜ୍ଞାନ ଭବନରେ ଆୟୋଜିତ ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ହିନ୍ଦୀ ଫିଲ୍ମ ‘ବଣ୍ଟି ଔର୍ ବବଲୀ ୨’ ର ଟ୍ରେଲର ରିଲିଜ୍ ହୋଇଯାଇଛି। ଏଥିରେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀଙ୍କ ମଧ୍ୟରେ ମଜାଦାର ଲଢେଇ ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଏଥିରେ ଦୁଇ ହଳ ବଣ୍ଟି-ବବଲୀଙ୍କୁ ଦେଖିବାକୁ ମିଳିବ। ‘ବଣ୍ଟି ଔର୍ ବବଲୀ ୨’ ଏକ ପାରିବାରିକ ଫିଲ୍ମ ହୋଇଥିବା ବେଳେ ଏହା ସମସ୍ତଙ୍କୁ ହସେଇ ହସେଇ ବେଦମ କରିବ। ୟଶ ରାଜ୍ ଫିଲ୍ମ ବ୍ୟାନରରେ ତିଆରି ହୋଇଥିବା ଏହି ଫିଲ୍ମ ଦିପାବଳୀ ଅବସରରେ ରିଲିଜ୍ ହେବ।
ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟଙ୍କୁ ଜଣାଇଛନ୍ତି।
ଅନ୍ଲାଇନ୍ ଅର୍ଡର ପଡିଲା ମହଙ୍ଗା । ଅର୍ଡର ହୋଇଥିଲା ଫୋନ୍ ହେଲେ ଆସିଛି ୫ ଟଙ୍କିଆ ସାବୁନ୍ । ଅନ୍ଲାଇନ୍ରେ ଅଫର ଦେଖି କେରଳର ଜଣେ ବ୍ୟକ୍ତି ଆମାଜନରୁ ଆଇଫୋନ୍ ୧୨ ଅର୍ଡର କରିଥିଲେ ।