ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ହିରୋ ଅଭିନନ୍ଦନଙ୍କୁ ପଦୋନ୍ନତି । ୱିଙ୍ଗ କମାଣ୍ଡରରୁ ଗ୍ରୁପ କ୍ୟାପଟେନ୍କୁ ପ୍ରମୋଟ୍ ହୋଇଛନ୍ତି ଅଭିନନ୍ଦନ । ଭାରତୀୟ ବାୟୁ ସେନା ପକ୍ଷରୁ ପଦୋନ୍ନତି ସମ୍ପର୍କିତ ସମସ୍ତ କ୍ରାଏଟେରିଆ ପୂରଣ କରିଛନ୍ତି ।
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।
କୁକୁରକୁ ମଣିଷର ପ୍ରକୃତ ବନ୍ଧୁ କୁହାଯାଇଥାଏ । ଅନେକ ଲୋକ କୁକୁରଙ୍କୁ ପାଳିତ ପଶୁ ଭାବରେ ମଧ୍ୟ ରଖିଥାନ୍ତି । ହେଲେ ରୋମ୍ରେ ରହୁଥିବା ଏକ କୁକୁର ବିସ୍କୁଟକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କିସିଂ ଷ୍ଟାର ଭାବେ ବଲିଉଡର ବେଶ ଜଣାଶୁଣା ନାୟକ ଇମ୍ରାନ ହାସମୀ । ଇମ୍ରାନ ହାସମୀଙ୍କୁ ଘାରିଛି ସିକ୍ଲେଲ ପ୍ରେମ । ଏବେ ଇମ୍ରାନ ତାଙ୍କର ପପୁଲାର ଓ ହିଟ୍ ଫିଲ୍ମ ଗୁଡିକର ସ୍ୱିକେଲରେ ନଜର ଆସିବେ । ତେବେ ଇମ୍ରାନ ମଧ୍ୟ ତାଙ୍କର ଅଭିନିତ ଫିଲ୍ମ ଆୱାରପନ୍,’ରାଜା ନଟବର ଲାଲ୍’ , ଡାର୍ଟି ପିକଚର, ଏବଂ ‘ଏକ ଥା ଡାୟନ’ର ସିକ୍ୱେଲ କରିବାକୁ ଚାହୁଁଛନ୍ତି ।
ଥରେ ନୁହେଁ କି ଦୁଇ ଥର ନୁହେଁ ବନ୍ଧୁକ ମୁନରେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ୧୦ ଥରରୁ ଅଧିକ ଆକ୍ରମଣ ହୋଇସାରିଲାଣି । ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଅକ୍ତିଆର୍ କରିଥିଲା । ସେବେଠାରୁ ଆଫଗାନିସ୍ତାନରେ କ୍ରମାଗତ ବିସ୍ଫୋରଣ ଘଟିଚାଲିଛି
ଆଫଗାନ୍ରେ ଆଉ ଚାଲିବନି ବିଦେଶୀ ମୁଦ୍ରା । ଆଫଗାନିସ୍ତାନରେ ବିଦେଶୀ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ । ଏଣିକି ଯେଉଁମାନେ ଏହି ନୟମ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମହାମାରୀ କୋଭିଡକୁ ନେଇ ମନରେ ଏବି ବି ଭୟ ଅଛି ସତ, ହେଲେ ଉଦାସ ମନକୁ ଟିକେ ସତେଜ କରିବାକୁ ଏମାନେ ଏଠାକୁ ଛୁଟି ଆସୁଛନ୍ତି । କିଏ ଘୋଡ଼ା ସବାରୀର ମଜା ନେଉଛି ତ ପୁଣି କିଏ ଖାନା ପିନାର ଆନନ୍ଦ ଉଠାଉଛି । ବୁଲା ବୁଲି ପରେ ସେଲଫି ଜୋନରେ ଫଟୋ ନେବାକୁ ବି ଭିଡ ଜମୁଛି ।
ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି
ଆଜିକାଲି ଆସ୍ଥମା ବା ଶ୍ଵାସ ରୋଗ ଅତି ସାଧାରଣ ରୋଗ ଭାବେ ପରିଲକ୍ଷିତ ହେଲାଣି । ଭାରତରେ ପ୍ରାୟ ୩କୋଟି ୭୦ଲକ୍ଷରୁ ଅଧିକ ଶ୍ଵାସ ରୋଗୀ ଅଛନ୍ତି। ଭାରତ ବିଶ୍ୱ ସ୍ତରରେ ଶ୍ଵାସ ରୋଗୀଙ୍କ କ୍ଷେତ୍ରରେ ଦ୍ଵିତୀୟ ସ୍ଥାନରେ ରହିଛି । ଆଜି ଜାଣିବା ଆସ୍ଥମା ବା ଶ୍ୱାସ ରୋଗକୁ ନେଇ କିଛି ଜଣା ଅଜଣା କଥା...
ବାଜା ବଜାଇ ବାହାରିଲା ମାଙ୍କଡ଼ର ଶବଯାତ୍ରା । ଯୋଗ ଦେଲେ ସହରବାସୀ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ କରେଣ୍ଟ୍ ଲାଗି ଏକ ମାଙ୍କଡ଼ର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଅଞ୍ଚଳର ଲୋକମାନେ ବ୍ୟାଣ୍ଡବାଜା ସହିତ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଛନ୍ତି । ସନାତନ ଧର୍ମ ଅନୁସାରେ ମୃତ ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଛି
ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଲଢ଼ିବାକୁ ଭିନ୍ନ ଦେଶରୁ ଡକରା ଆସିଲାଣି । ଦେଶ ଛାଡ଼ି ବିଦେଶରେ ବି ମୋଦି ବ୍ରାଣ୍ଡ୍ ଧମାଲ୍ ମଚାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬ରେ’ ଅନେକ ଦେଶର ନେତାଙ୍କୁ ମଧ୍ୟ ଭେଟିଛନ୍ତି
ବଦଳିଲା ରାଜ୍ୟ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି ।
ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ ।
ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ ।
ଗ୍ରୀନ୍ଲ୍ୟାଣ୍ଡ ସାମ୍ନାକୁ ଆସିଛି ଏକ ଗମ୍ଭୀର ସମସ୍ୟା । ବିଶ୍ୱକୁ କିଭଳି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ବା ଗ୍ଲୋବାଲ୍ ଓ୍ୱାର୍ମିଂ ଗ୍ରାସ କରୁଛି, ତାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଏହି ବରଫାବୃତ ଦେଶରେ ।
ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ ମୁକାବିଲା କରିପାରିବେ, ସେଥିଲାଗି ଚାଲିଛି ନାନା ରକମର ସମରକଳା ଅଭ୍ୟାସ ଚାଲିଛି ।
ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।
ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ।
ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି
ଆୟକର ହାତରେ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଏହି ସମ୍ପତ୍ତି ପଛରେ ରହିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ !
ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି ।
ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।
ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା ।