/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635507513.jpg)
Do not eat this food
ଭୋକ ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାହ୍ନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ । ତେଣୁକରି ଭୋକ ହେବା ସମୟରେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ । ତେବେ ଚାଲନ୍ତୁ ଜାଣିବା ଖାଲିପେଟରେ କେଉଁ ଖାଦ୍ୟ ଖାଇବା ନାହିଁ ।
Advertisment
Also Read
ଚିପ୍ସ୍:
- ଚିପ୍ସ ସେବନ କରିବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ । ଏକଥା ପ୍ରାୟ ଆପଣ ସମସ୍ତେ ଜାଣିଛନ୍ତି ,କିନ୍ତୁ ଏହାକୁ ଖାଲି ପେଟରେ ଖାଇବା ତାଠାରୁ ଅଧିକ ଭୟଙ୍କର ଅଟେ l ଚିପ୍ସ ଆମର ପାଚନ କ୍ରିୟାକୁ ପ୍ରଭାବିତ କାରିଥାଏ ।ଏହା ଆମର ଗ୍ୟାଷ୍ଟିକ ସମସ୍ୟା ସହିତ ଅନେକ ଗୁଡିଏ ପେଟର ରୋଗ ସୃଷ୍ଟି କରିଥାଏ ।ଯେଉଁ କାରଣରୁ ଏସିଡ଼ିଟି ହେବ ସହିତ ଭୋକ ସମସ୍ୟା ମଧ୍ୟ ହୋଇଥାଏ
Junk Food Chips
Advertisment
କଫି:
- କଫି କିମ୍ବା ଚା ଖାଲି ପେଟରେ ସେବନ କରିବା ଉଚିତ ନୁହେଁ ,କାରଣ ଏହା ଆମର ଶରୀରକୁ ଯାଇ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ l ଖାଲି ପେଟରେ କାଫି କିମ୍ବା ଚା ସେବନ କରିବା ଦ୍ୱାରା ଆମ ଶରୀରରେ ହାଇଡ୍ରୋକ୍ଳରିକ ଏସିଡ ପ୍ରସ୍ତୁତ ହୋଇଥାଏ । ଯାହା ଆପଣଙ୍କ ପାଚନ ତନ୍ତ୍ରର କ୍ଷତି କାରିଥାଏ ।
ଫଳ:
- ଖାଲି ପେଟରେ ଫଳ ସେବନ କରିବା ଶରୀର ପାଇଁ ହିତକର ନୁହେଁ । ଖାଲି ପେଟରେ ଫଳ ସେବନ କଲେ ଶରୀରର କ୍ଷତି ହୋଇଥାଏ । ଏହା ଆପଣଙ୍କ ରକ୍ତରେ ଶର୍କରାର ସ୍ତରକୁ ବଢ଼ାଇ ଦେଇଥାଏ । ଆପଣ ସାମାନ୍ୟ କିଛି ଖାଦ୍ୟ ଗ୍ରହଣ କରି ଫଳ କିମ୍ବା ଫଳରସ ଖାଇ ପାରିବେ ।
Fruitsପ୍ରୋଟିନ ସେକ:
- ଖାଲି ପେଟରେ ପ୍ରୋଟିନ ସେକ୍ ପିଇବା ଶରୀର ପାଇଁ ହିତକର ନୁହେଁ । ଆପଣ ଏହାକୁ ଖାଦ୍ୟ ଖାଇବାର ଦୁଇ ରୁ ତିନି ଘଣ୍ଟା ପରେ ସେବନ କରି ପାରିବେ । ଖାଲି ପେଟରେ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି l
ବିସ୍କୁଟ:
- ଅନେକ ବ୍ୟକ୍ତି ଅଛନ୍ତି ଖାଲି ପେଟରେ ଭୋକ ଲାଗିବ ମାତ୍ରେ ବିସ୍କୁଟ ଖାଇଥାନ୍ତି l ଏହା ଆପଣଙ୍କ ପାଚନ ସମସ୍ୟାକୁ ପ୍ରଭାବିତ କରିଥାଏ କାରଣ ଆପଣଙ୍କୁ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେବାକୁ ପଡି ଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)