/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633251763.jpg)
Mamata Banerjee
ଟିଏମ୍ସିରେ ଯୋଗଦେଲେ ଭେଟେରାନ୍ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍ସିରେ ଯୋଗଦେଇଛନ୍ତି । ଗୋଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତ । ୨୦୨୨ରେ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଟେନିସରୁ ଅବସର ପରେ ଏବେ ଜନତାଙ୍କ ସେବା କରିବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି ଟେନିସ ଷ୍ଟାର ଲିଆଣ୍ଡର ପେସ୍ ।
Also Read
ଅନ୍ୟପଟେ ଅଭିନେତ୍ରୀ ନଫୀସା ଅଲ୍ଲୀ ମଧ୍ୟ ଟିଏମ୍ସିରେ ସାମିଲ ହୋଇଛନ୍ତି । ଗୋଆରେ ଟିଏମ୍ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଏହି ଦଳରେ ମିଶିଛନ୍ତି । ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଗୋଆରେ ପହଞ୍ଚିଥିଲେ । ସେ ପ୍ରଥମ ଥର ପାଇଁ ଗୋଆ ଆସିଛନ୍ତି । ବିଜେପି ଶାସିତ ଏହି ରାଜ୍ୟର ରାଜନୀତିକ ସ୍ଥିତି ପରଖିବା ପାଇଁ ସେ ଏଠାକୁ ଆସିଥିବା ଜଣାପଡ଼ିଛି ।
ସନ୍ଧ୍ୟାରେ ସେ ଗୋଆରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣେ ବରିଷ୍ଠ ଟିଏମ୍ସି ନେତା କହିଛନ୍ତି । ଶନିବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହା ସହିତ ରାଜଧାନୀ ପାଣାଜୀ ଠାରୁ ୯ କିଲୋମିଟର ଦୂର ମାପୁସା ବଜାରରେ ସେ ପନିପରିବା ଓ ଫୁଲ ଦୋକାନୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ତିନି ଦିନିଆ ଗସ୍ତରେ ଗୋଆ ଆସିଥିବା ମମତା ଦାବୋଲିମ୍ ବିମାନବନ୍ଦରରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଇନ୍ ଓ ସ୍ଥାନୀୟ ନେତା ମାନେ ସ୍ୱାଗତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)