ପଞ୍ଜାବ ରାଜନୀତିରେ ଆରମ୍ଭ ହେବ ନୂଆ ଇଂନିସ୍ । ଧମାକା କରିବେ କ୍ୟାପଟେନ୍ । କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ବଡ଼ ଗୋଟିଚାଳନା କରିବାକୁ ଯାଉଛନ୍ତି ।
ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି
ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି ।
ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା
ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।
ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।
ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।
ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
କୋଭାକ୍ସିନକୁ ମିଳିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ସ୍ୱୀକୃତି । ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ସ୍ୱୀକୃତି ଦେବା ଲାଗି ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହୋଇଛି । ଟେକ୍ନିକାଲ କମିଟି ଅନୁଧ୍ୟାନ ପରେ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।
ଏ ଦୁନିଆ ଅଜବ ଗଜବ। ବେଳେ ବେଳେ ଏମିତି କିଛି ଜିନିଷ ସାମ୍ନାକୁ ଆସେ ତାହାକୁ ନିଜ ଆଖିରେ ଦେଖିଲା ପରେ ବି ବିଶ୍ୱାସ ହୁଏ ନାହିଁ। ଆଖି ଧୋକା ଖାଇଯାଏ। ଏମିତି ବି ଲାଗେ ଏହା ଅସମ୍ଭବ। କିନ୍ତୁ ସେ ସବୁ ସତ ହୋଇଥାଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ବିଶ୍ୱାସ କରି ହୁଏନି।
ପିଲାମାନଙ୍କୁ ନକଲି ବନ୍ଧୁକ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ୮ ବର୍ଷର ଝିଅ ହାତରେ ବାପା ମା ଧରାଇ ଦେଇଛନ୍ତି ଅସଲି ବନ୍ଧୁକ । ଝିଅଟି ବନ୍ଧୁକ ସହ ଫଟୋ ଉଠାଇବା ସହ ଏହାକୁ ପରିଚାଳନା କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୮ ବର୍ଷୀୟ ଝିଅ ଅଟମ୍ ଫ୍ରାଇଙ୍କ ୟୁଟୁବ ଚ୍ୟାନେଲରେ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ରହିଛନ୍ତି ।
ଭାରତୀୟ ନୌସେନା(Indian Navy) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ନୌସେନାରେ ଖାଲି ପଡ଼ିଛି ପଦବୀ । ଭାରତୀୟ ନୌସେନା ୩୦୦ ସେଲର ପଦବୀ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ଓ ଇଛୁକ ପ୍ରାର୍ଥୀ ମାନେ ୨୯ ଅକ୍ଟୋବର ୨୦୨୧ରୁ ଅନଲାଇନରେ ଆବେଦନ କରି ପାରିବେ ।
ମା ଏମିତି ଏକ ଶବ୍ଦ, ଯେଉଁଥିରେ ଭରି ରହିଛି ଦୁନିଆର ସବୁ ମିଠାପଣ। ତେଣୁ ପ୍ରତ୍ୟେକ ନାରୀ ମା’ ହେବାକୁ ଏକ ଆଶୀର୍ବାଦ ବୋଲି ଭାବନ୍ତି। ଯେତେବେଳେ ସେ ସମୟ ପଳେଇଆସେ, ନାରୀଟିଏ ଯେତେବେଳେ ଗର୍ଭବତୀ ହୁଏ ସେ ତା’ର ଭବିଷ୍ୟତର ସନ୍ତାନକୁ ନେଇ ଅନେକ କିଛି ସ୍ୱପ୍ନ ଦେଖିବସେ। ମନେ ମନେ ଭାବେ ସେ ଯେତେବେଳେ ପ୍ରଥମ ଥର ପାଇଁ ନିଜ ସନ୍ତାନକୁ କୋଳରେ ଧରିବ ସେ ଅପୂର୍ବ ଆନନ୍ଦ କିଭଳି ଲାଗିବ।
ବଦଳିବ ଫେସବୁକ ନାଁ। ନୂଆ ପରିଚୟ ପାଇବାକୁ ଯାଉଛି ବିଶ୍ୱର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ। ଖୁବ ଶୀଘ୍ର ନୂଆ ନାଁ ଓ ନୂଆ ପରିଚୟ ସହ ସାମ୍ନାକୁ ଆସିବ ଫେସବୁକ। ଯାହାକୁ ନେଇ ଖୁସି ଜାହିର କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।
ଆପଣ ଅନେକ ବନ୍ଧୁକ ଦେଖିଥିବେ। କେତେବେଳେ ପୋଲିସ ହାତରେ ଥାଏ ବନ୍ଧୁକ ତ ଆଉ କେତେବେଳେ ବନ୍ଧୁକ ଧରି ସୀମା ଜଗି ରହିଥାନ୍ତି ଜବାନ। ସାଧାରଣତଃ ରାଇଫଲଠାରୁ ଆରମ୍ଭ କରି ଏକେ-47 ପର୍ଯ୍ୟନ୍ତ ଆମେ ଦେଖୁଛୁ। ହେଲେ ଏମିତି ବନ୍ଧୁକ କେବେ ହେଲେ ଦେଖିନଥିବେ। ଏହାର ଓଜନ ଓ ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ହୀରା ଦରଠୁ ବି ଅଧିକ ଦାମୀ ମାଛର ଦାମ୍ । ଗଭୀର ସମୁଦ୍ରରୁ ଧରା ହୋଇଛି ୩୫ ଲକ୍ଷର ମାଛ । ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣା ଜିଲ୍ଲା ସୁନ୍ଦରବନ ଅଞ୍ଚଳରୁ ଏହି ତେଲିଆ ମାଛଟି ଧରା ହୋଇଛି ।
ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ’ର ଟ୍ରେଲର ରିଲିଜ୍ ହୋଇଛି। ଆୟୁଷ ଶର୍ମାଙ୍କ ସହିତ ତାଙ୍କର ଏହି ଫିଲ୍ମ ନଭେମ୍ବର ୨୬ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ସଲମାନ ଖାନ୍ ଏକ ଆକ୍ସନ ଅବତାରରେ ନଜର ଆସିବେ। ଏଥିରେ ତାଙ୍କ ଟକ୍କର ଆୟୁଷ ଶର୍ମାଙ୍କ ସହିତ ହେବ। ଉଭୟଙ୍କର ଏକ ଫାଇଟିଂ ସିନ୍ ଏବେ ଲୋକପ୍ରିୟ ହେବାରେ ଲାଗିଛି। କିନ୍ତୁ ଆୟୁଷ ଶର୍ମାଙ୍କ ପାଇଁ ଏହି ଫାଇଟ୍ ସିନ୍ ସଲମାନଙ୍କ ସହିତ କରିବା ସହଜ ନ ଥିଲା। ଏହି ସୂଚନା ନିଜେ ଆୟୁଷ ଶର୍ମା ଫିଲ୍ମର ଟ୍ରେଲର ରିଲିଜ୍ ହେବା ସମୟରେ ଦେଇଛନ୍ତି।
ଚୀନରେ ଅଣାୟତ ହେଉଛି କରୋନା ସ୍ଥିତି । ଆତଙ୍କ ଖେଳାଇଛି ଡେଲଟା ଭାରିଏଣ୍ଟ୍ । ବର୍ତ୍ତମାନ ସମୟରେ ଚୀନର ଅନେକ ଅଞ୍ଚଳରେ ପୁଣି ଥରେ କରୋନା ଭାଇରସର ଡେଲଟା ଭାରିଏଣ୍ଟ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫଳରେ ଲକଡାଉନ୍ ନିଷ୍ପତ୍ତି ନେଲେ ସରକାର ।
ଶେଷରେ ଜାପାନ ରାଜକୁମାରୀ ମାକୋ ସାଧାରଣ ଯୁବକଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଦୀର୍ଘଦିନର ପ୍ରେମିକଙ୍କୁ ବିବାହ କରିଛନ୍ତି। ତାଙ୍କ ପ୍ରେମିକ କେଇ କୋମୁରୋ ଜାପାନୀ ରାଜବଂଶ ବାହାରୁ ଆସିଥିବା ଜଣେ ସାମାନ୍ୟ ଯୁବକ। ବିବାହ ପରେ ଜାପାନୀ ରାଜବଂଶ ପରମ୍ପରା ଅନୁସାରେ ରାଜକୁମାରୀ ମାକୋଙ୍କୁ ନିଜର ରାଜକୀୟ ମାନ୍ୟତା ହରେଇବାକୁ ପଡିଛି।
ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ଦେବୀଙ୍କର ପୂଜା ହୁଏ । ଆମ ଦେଶରେ ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମାଆ କାଳୀଙ୍କ ପୂଜା କରାଯାଏ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । କିମ୍ବଦନ୍ତୀ ଅନୁସାରେ ବିଭିନ୍ନ ଯୁଗରେ ଦୀପାବଳୀକୁ ନେଇ ଭିନ୍ନ ମହତ୍ୱ ରହିଛି ।
ସାଧାରଣତଃ ଗୁଜରାତି ଖାଦ୍ୟରେ ପଡିଲେ ଖାଦ୍ୟର ସ୍ୱାଦ ବଢିଯାଇଥାଏ । ଏହା ରୋଷେଇ ସହିତ ପାଟିର ସ୍ୱାଦ ବଦଳାଇବା ପାଇଁ ମଧ୍ୟ ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ଖାଇଥାନ୍ତି । କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ସ୍ୱାସ୍ଥ୍ୟକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଏଥି ସହିତ ନିଶା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ।
ମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଖି ଓଦା ହୋଇଯିବା ଥୟ। ଏହି ଫଟୋ ଯେ କେବଳ ଜଣକୁ ଭାବୁକ କରିଦେବ ତାହା ନୁହେଁ, ବରଂ ଜୀବନ ଯୁଦ୍ଧରେ ହାରିଯାଇଥିବା ଲୋକର ମନରେ ସାହସ ସଂଚାର କରିବା ଭଳି ଦମ ମଧ୍ୟ ଏହି ଫଟୋରେ ରହିଛି। ଏହି ଫଟୋରେ ଜଣେ ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମକୁ ଦେଖାଯାଇଛି, ଯେଉଁମାନେ ସବୁ ଦୁଃଖ କଷ୍ଟଙ୍କୁ ସହି ବି ହସି ହସି ଜୀବନ ବିତାଉଛନ୍ତି। ତେବେ ଏହି ଫଟୋକୁ ଚଳିତ ବର୍ଷର ସର୍ବଶ୍ରେଷ୍ଠ ଫଟୋ ଭାବେ ବିବେଚନା କରାଯାଇଛି।
୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ । ୧୭୭୫ ମସିହା ପରଠାରୁ ଏହା ହେଉଛି ସପ୍ତମ ଥରେ ଯେଉଁଥିରେ ଦେଶରୁ ବିଳମ୍ୱରେ ବିଦାୟ ନେଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଗତକାଲି ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।