ଆର୍ୟନ୍ଙ୍କ ଓକିଲ କହିଲେ ଶୁଣାଣି ବନ୍ଦ କରାଯାଉ । ବାରମ୍ବାର ଏଭଳି କୋର୍ଟ ଟ୍ରାଏଲରୁ ଆର୍ୟନଙ୍କ ବିରତ ରଖାଯାଉ । ଯାହା ସମସ୍ତଙ୍କୁ ଚକିତ କରିଛି ।
କରୋନା ବିଗାଡିଦେଇଛି ଜନ ଜୀବନର ପ୍ରାକୃତିକ ଚଳଣି। ବିଶ୍ୱ ହୋଇଯାଇଛି ଓଲଟ ପାଲଟ। କେଉଁଠି ସଧବା ମଥାରୁ ଲିଭିଯାଇଛି ସିନ୍ଦୂର ତ ପୁଣି କେଉଁଠି ଅନାଥ ହୋଇଯାଇଛି ଦୁନିଆକୁ ନ ଜାଣିଥିବା ଅବୋଧ ଶିଶୁ। ଅନେକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇପଡିଛି। ରୋଜଗାର ହରେଇ କିଏ ଦାଣ୍ଡର ଭିକାରୀ ହୋଇଛି ତ କିଏ ଜୀବନରୁ ଆଶା ହରେଇ ବସିଛି। ଏ ସଂପର୍କରେ ଲେଖିକା ସୁକାନ୍ତି ରାଉତଙ୍କ ପ୍ରତିବେଦନ।
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଗତ ୭ଦିନ ଭିତରେ ସଂକ୍ରମଣ ୪ଶହରୁ ୬ଶହ ଭିତରେ ରହୁଛି । ଡବଲିଙ୍ଗ ଟାଇମ୍ କମିଲେ ସଂକ୍ରମଣ ବି କମିବ ବୋଲି DMET ପକ୍ଷରୁ କୁହାଯାଇଛି ।
ବିବାହ ଋତୁ ଆରମ୍ଭ ହୋଇଯାଇଛି। ବିହାହ ଋତୁର ଆରମ୍ଭରେ ବଲିଉଡର ପ୍ରେମଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅବିନେତ୍ରୀ କାଟ୍ରୀନା କୈଫ୍ ଓ ଭିକୀ କୌଶଳଙ୍କ ବିବାହକୁ ନେଇ ଚର୍ଚ୍ଚା ଥିବା ବେଳେ ଏବେ ସେଥିରେ ଯୋଡି ହୋଇଯାଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡି। ଏହି ଦୁହିଁଙ୍କର ବିବାହକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନଙ୍କ ମନରେ ଖୁସୀର ଲହରୀ ଖେଳିଯିବ। ଗତ କିଛି ଦିନ ହେବ ଆଲିଆ-ରଣବୀରଙ୍କ ବିବାହ ଖବର ଖୁବ ଚର୍ଚ୍ଚାରେ ରହିଆସିଛି।
ମ୍ୟାଚ ସରିଲା କିନ୍ତୁ ସରୁନି ବିବାଦ। ଭାରତ-ପାକିସ୍ତାନ ମଧ୍ୟରେ ଗତ ରବିବାର ଦିନ ହୋଇଥିବା ଟି-୨୦ ମ୍ୟାଚ୍ରେ ପରାଜୟ ସ୍ୱୀକାର କରିଛି ଭାରତ। ଯାହାକୁ ନେଇ କ୍ରିକେଟ୍ ପ୍ରେମୀ ମାନେ ବେଶ୍ ନିରାଶ ହୋଇଥିଲେ। ହେଲେ ପାକିସ୍ତାନ ବିଜୟୀ ହେବାରୁ ଜାମ୍ମୁର ଜଣେ ଛାତ୍ର ଖୁସି ମନାଇଥିଲେ। ଯେଉଁଥି ପାଇଁ ତାଙ୍କୁ କଲେଜ୍ରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ମିଳିଛି
ଆଲୋକର ପର୍ବ ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସର୍ରାଫା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୪୭,୮୧୭ ଟଙ୍କା ଥିବାବେଳେ ରୂପା ୯୧୧ ଟଙ୍କା ହ୍ରାସ ପାଇ ଦର ପ୍ରତି କିଲୋକୁ ୬୪,୫୪୨ ଟଙ୍କାରେ ପହଞ୍ଚିଛି।
ପର୍ବ ପର୍ବାଣୀର ଦେଶ ଭାରତ। ଭାରତବାସୀ ବର୍ଷସାରା କିଛି ନା କିଛି ପର୍ବ ପାଳିଥାନ୍ତି। ତେବେ ଅନେକ ଜାତି-ଧର୍ମର ଦେଶ ଭାରତରେ ଲୋକେ ନିଜ ନିଜ ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପାଳିଥାନ୍ତି। ଏହିସବୁ ପର୍ବପର୍ବାଣୀ ଭିତରୁ ଏମିତି ଅନେକ ପର୍ବ ଅଛି ଯାହା ଅତ୍ୟନ୍ତ ଲୋକପ୍ରିୟ, ଯାହାକୁ ସାରା ଭାରତରେ ପାଳନ କରାଯାଏ। ସେହିସବୁ ପର୍ବଗୁଡିକ ଭିତରେ ଆଲୋକର ପର୍ବ ଦୀପାବଳୀ ଅନ୍ୟତମ। ବର୍ତ୍ତମାନ ଭାରତବର୍ଷ ଦୀପାବଳୀର ପ୍ରସ୍ତୁତିରେ।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ଏନେଇ ଗତକାଲି ଔପଚାରିକ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ନଭେମ୍ବର ୧୭ରେ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସିରିଜରୁ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବାର ସମ୍ଭାବନା ରହିଛି ।
ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?
ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ହେବ ପେଗାସସ୍ ସ୍ପାଏେୱର ମାମଲାର ତଦନ୍ତ । ଏଥିପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆର.ଭି. ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ଏହି କମିଟି ସୁପ୍ରିମରକୋର୍ଟଙ୍କ ତତ୍ୱାବଧାନରେ କାର୍ଯ୍ୟ କରିବ । କମିଟିରେ ଥିବା ଅନ୍ୟ ଦୁଇ ସଦସ୍ୟ ହେଲେ ଆଲୋକ ଜୋଶୀ ଓ ସନଦୀପ
ଛୋଟ ପିଲାଙ୍କୁ ଗାଡ଼ି ବସାଇ ଯାଉଛନ୍ତି କି? ସାବଧାନ୍ ! କାରଣ ୯ ମାସରୁ ୪ବର୍ଷର ପିଲାଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ଆପଣଙ୍କ ପାଇଁ ଜାଣିବା ନିତ୍ୟାନ୍ତ ଜରୁରୀ
କଥାରେ ଅଛି, ମାନବ ସେବା ହିଁ ମାଧବ ସେବା । ବହୁ ବଦାନ୍ୟ, ସହୃଦୟ ବ୍ୟକ୍ତି ନିଜ ନିଜ ଉପାୟରେ ଜାରି ରଖିଛନ୍ତି ଜନସେବା । ସେଥିପାଇଁ ତ କୁହାଯାଉଛି ଯେ, ଆଜିର ଦୁନିଆ ଯେତେ ସ୍ୱାର୍ଥପର ହେଲେ ବି, ଏଠି ଏବେବି ମଣିଷପଣିଆ ବଞ୍ଚିଛି । ପରିଣତ ବୟସରେ ଗରିବ ଗୁରୁବାଙ୍କ ସେବା ଜାରି ରଖିଥିବା ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀର ମଟକା ମ୍ୟାନ୍।
ଯୁଦ୍ଧର ପରିଭାଷା ବଦଳୁଥିବା ବେଳେ ଡ୍ରୋନ୍ ଓ ୟୁଏଭି ଭଳି ଇଲେକ୍ଟ୍ରୋନିକ୍ ଓ୍ୱାର୍ଫେୟାର କଥା ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ହାଇପର୍ସୋନିକ୍ କ୍ଷେପଣାସ୍ତ୍ରର ଦୌଡ଼। ଏହି ଜ୍ଞାନକୌଶଳ ହାସଲ କ୍ଷେତ୍ରରେ ଅଳ୍ପ କେତୋଟି ଦେଶ ଆଗଧାଡ଼ିରେ ଥିବା ବେଳେ, ଭାରତ ବି ପଛରେ ପଡିନାହିଁ
ପାକିସ୍ତାନଠୁ ମ୍ୟାଚ୍ ହାରିବା ପରେ ଭାରତୀୟ କ୍ରିକେଟରଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏପରିକି ଅନେକ କ୍ରିକେଟର ମହମ୍ମଦ ଶାମିଙ୍କୁ ଟାର୍ଗେଟ୍ କରି ଟ୍ରୋଲ କରିଛନ୍ତି। ମ୍ୟାଚ୍ରେ ଶାମିଙ୍କ ପ୍ରଦର୍ଶନକୁ ନେଇ କିଛି ଲୋକ ତାଙ୍କ ଧର୍ମ ସହ ଯୋଡ଼ି ତାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଇ ନାହାନ୍ତି।
କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ପରେ ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା ।
ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟପିଲାଣି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ବାଲାଘାଟରେ ପେଟ୍ରୋଲ ଲିଟର ରେକର୍ଡ ଛୁଇଁଛି । ମଧ୍ୟପ୍ରଦେଶର ବାଲାଘାଟରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ପାଖାପାଖି ପହଞ୍ଚିଛି । ଏଠାରେ ପେଟ୍ରୋଲର ଲିଟର ୧୧୮.୯୮ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୮.୨୦ ଟଙ୍କାରେ ବିକ୍ରି ହେଉଛି
ପଞ୍ଜାବ ରାଜନୀତିରେ ଆରମ୍ଭ ହେବ ନୂଆ ଇଂନିସ୍ । ଧମାକା କରିବେ କ୍ୟାପଟେନ୍ । କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ବଡ଼ ଗୋଟିଚାଳନା କରିବାକୁ ଯାଉଛନ୍ତି ।
ଆର୍ୟନଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗୀ କହିଛନ୍ତି ତାଙ୍କ ଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏପର୍ଯ୍ୟନ୍ତ ୨୩ ଦିନ ବିତିଯାଇଥିଲେ ସୁଦ୍ଧା ଏହି ମାମଲାରେ ଆର୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କୁ ଅପରାଧୀ ଭଳି ବ୍ୟବହାର କରାଯାଉଛି। ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ ।
ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଏହି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ଏହି ଅଘଟଣ ହୋଇଛି । ବାଣ ଦୋକାନରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି
ଭବିଷ୍ୟତରେ କ’ଣ ଘଟିବ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି କୁକୁର ବତାଇବ ଆପଣଙ୍କର ଦିନଟି କିପରି କଟିବ। ଏହି କଥାଟି ଆପଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ, ଆପଣ ଏହାକୁ ବିଶ୍ୱାସ କରିବେ କି? ଆଜିକାଲି ଏହି କୁକୁରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି କାରଣ ଏହା ଲୋକଙ୍କ ଦିନ ବିଷୟରେ ଭବିଷ୍ୟବାଣୀ କରୁଛି ।
ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା
ଜମ୍ମୁ କଶ୍ମୀରରେ ଥମୁନି ଆତଙ୍କୀ ଆକ୍ରମଣ । ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡିକୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି । ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଆହତ ହୋଇଥିବାର ଖବର ମିଳିଛି ।
ଡ୍ରଗ୍ସ ମାମଲାରେ NCB ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖେଡେଙ୍କ ଅଡୁଆ ଆହୁରି ବଢିଲା । ଜଣେ ବ୍ୟକ୍ତି ନିଜ ପରିଚୟ ଲୁଚାଇ କେବଳ ମୁମ୍ବାଇ NCB କାର୍ଯ୍ୟାଳୟର କର୍ମଚାରୀ କହି ସମୀରଙ୍କ ସଂପର୍କରେ ଆଣିଛନ୍ତି ସାଂଘିତକ ଅଭିଯୋଗ ।
ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।
ଭାରତ ହାରିଲା, ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ଆଉ ପାକିସ୍ତାନ ଜିତିବାରୁ ଖୁସି ମନାଇଥିଲେ ସ୍କୁଲ। ଆଉ ଏବେ ଚାକିରିରୁ ବରଖାସ୍ତ ହେଲା। ରାଜସ୍ଥାନର ଜୟପୁରରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।