Advertisment

ବାପାଙ୍କ ଶବ ପାଖରେ ବି ହଟ୍ ଫଟୋ ସୁଟ୍

ମାଟିରେ ପଡିଥିବ ବାପାଙ୍କର ଶବ। ଜନ୍ମଦାତା ଏ ଦୁନିଆ ଛାଡି ଚାଲିଯାଇଥିବେ। ପାଖରେ ନ ଥିବ ସାହାରା ଆଉ ସାହସର ପ୍ରତୀକ। ଏହି ଦୁଃଖ ସମୟରେ କିଏ ବା ନିଜକୁ ଧୈର୍ଯ୍ୟ ଧରି ରହିପାରିବ। କାହାରର ବା ହୃଦୟ ଫାଟି ନ ପଡିବ ଆଉ ଶ୍ୱାସର ଗତି ବାଟବଣା ନ ହେବ। କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ ଏହି ବିରହ ସମୟରେ ବି ସନ୍ତାନଟିଏ ନିଜକୁ ଚର୍ଚ୍ଚାକୁ ଆଣିବାକୁ ଚେଷ୍ଟା ଜାରି ରଖେ।

author-image
Pramod Behera
ଅଦ୍ୟତନ ହୋଇଛି
Hot photoshoot done with father body

Hot photoshoot done with father body

ମାଟିରେ ପଡିଥିବ ବାପାଙ୍କର ଶବ। ଜନ୍ମଦାତା ଏ ଦୁନିଆ ଛାଡି ଚାଲିଯାଇଥିବେ। ପାଖରେ ନ ଥିବ ସାହାରା ଆଉ ସାହସର ପ୍ରତୀକ। ଏହି ଦୁଃଖ ସମୟରେ କିଏ ବା ନିଜକୁ ଧୈର୍ଯ୍ୟ ଧରି ରହିପାରିବ। କାହାରର ବା ହୃଦୟ ଫାଟି ନ ପଡିବ ଆଉ ଶ୍ୱାସର ଗତି ବାଟବଣା ନ ହେବ। କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ ଏହି ବିରହ ସମୟରେ ବି ସନ୍ତାନଟିଏ ନିଜକୁ ଚର୍ଚ୍ଚାକୁ ଆଣିବାକୁ ଚେଷ୍ଟା ଜାରି ରଖେ।

Advertisment

ସୋସିଆଲ୍ ମିଡିଆ ଅନେକଙ୍କୁ ରାତାରାତି ଷ୍ଟାର କରିଦେଇଛି, ସେମାନଙ୍କ ଜୀବନ ବଦଳେଇ ଦେଇଛି। କେହି କେହି ନାଚ-ଗୀତ କରି ଲୋକଙ୍କ ହୃଦୟ ଜିତିଛନ୍ତି ତ ପୁଣି କେହି ଆଖି ଠାର ମାରି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ନେଇ ଲୋକେ ଅଜବ ଗଜବ ଉପାୟକୁ ଆପଣେଇ ନେଉଛନ୍ତି। ଏହା କରିବା ଦ୍ୱାରା ସେମାନେ ଭାଇରାଲ ହୋଇଯିବେ ଓ ତାଙ୍କର ଫ୍ୟାନ୍ସ-ଫଲୋର୍ସମାନେ ମଧ୍ୟ ବଢିଯିବେ। ଏହା ଫଳରେ ସେମାନେ ଅଧିକ ଟଙ୍କା ରୋଜଗାର କରିବେ। ବେଳେବେଳେ ଏମିତି ଖବର ସାମ୍ନାକୁ ଆସେ ଯାହାକୁ ଦେଖିଲା ପରେ ମନରେ କ୍ରୋଧ ଜନ୍ମେ।

Hot photoshoot done with father bodyବାପାଙ୍କ ଶବ ପାଖରେ ବି ହଟ୍ ଫଟୋସୁଟ୍

ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ବି ରାଗିକି ଦାନ୍ତ କଡମଡ କରିବେ। ସୋସିଆଲ ମିଡିଆରେ ଫେମସ ହେବା ନେଇ ଇନ୍‌ଷ୍ଟାଗ୍ରାମର ଜଣାଶୁଣା ମିୟାମୀ ମଡେଲ୍ ଏମିତି କିଛି କରିଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ। ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ମନରେ ଟିକେ ବି ଦୁଃଖ ନ ଥିବା ଭଳି ଦେଖାଯାଏ। ଏହି ବିରହ ସମୟରେ ମଧ୍ୟ ସେ ଲୋକଲୋଚନକୁ ଆସିବା ନେଇ ବାପାଙ୍କର ଶବ ନିକଟରେ ହଟ୍ ଫଟୋସୁଟ୍ କରିଥିଲେ ଆଉ ସେହି ଫଟୋକୁ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ।

Advertisment

କିଛି ଦିନ ପୂର୍ବରୁ ୨୦ ବର୍ଷର ଆମେରିକୀୟ ଯୁବତୀ ଜେୟନେ ରିଭେରା ସୋସିଆଲ୍ ମିଡିଆରେ ତାଙ୍କର ବୋଲ୍ଡ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ସେ ଆକର୍ଷଣୀୟ ମେକ୍‌ଅପ୍ ସହିତ କଳା ରଙ୍ଗର ଟାଇଟ୍ ଡ୍ରେସ୍ ପିନ୍ଧି ପୋଜ୍ ଦେବା ନଜର ଆସିଛନ୍ତି। ତାଙ୍କ ପଛ ପଟେ ପଡିଛି ବାପାଙ୍କର ଶବ। ଏହି ମଡେଲ୍ ଯେମିତି ଏହି ଫଟୋକୁ ଶେୟାର କରିଛନ୍ତି ବିଶ୍ୱସାରା ଏହି ଫଟୋ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଜେୟନେ ରିଭେରାଙ୍କୁ ଲୋକେ ବହୁତ ଖରାପ୍ ଭାବେ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକେ ଏହାକୁ ଘୃଣିତ ଓ ସମ୍ବେଦନହୀନ କହିଛନ୍ତି। ଏଥିରେ ଆହତ ହୋଇ ସେ ତାଙ୍କ ପୋଷ୍ଟକୁ ଡିଲିଟ୍ କରିଛନ୍ତି ଓ ନିଜକୁ ବଞ୍ଚେଇବା ନେଇ ପାଳଟା ଜବାବ ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି ଯେ “ଏକ ବଡ ଲକ୍ଷ ନେଇ ଏହି ଫଟୋ ଉଠେଇଥିଲି। ମୁଁ ଯେଉଁ ଫଟୋ ପୋଷ୍ଟ୍ କରିଛି ସେଥିରେ ତ ସେମିତି କିଛି ଭୁଲ୍ ନାହିଁ। ମୋ ବାପା ମୋ କ୍ୟାରିୟରକୁ ସବୁବେଳେ ସମର୍ଥନ କରୁଥିଲେ। ସେ ଯଦି ବଞ୍ଚିଥାନେ ତେବେ ଏ ଫଟୋକୁ ନେଇ ମଧ୍ୟ ସେ ଗର୍ବ କରିଥାନ୍ତେ। ଦୁଃଖ ସହିତ ଲଢିବା ନେଇ ଭିନ୍ନ ଲୋକଙ୍କର ଭିନ୍ନ ଉପାୟ ଥାଏ। ମୋର ଏ ଉପାୟ ମୋ ମତରେ ଭୁଲ୍ ନୁହେଁ।”

Hot Photoshoot
Advertisment
Advertisment