• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ଜେଲରୁ ବାହାରିବେ ଆର୍ୟ୍ୟନ୍ !

 ମୁମ୍ବାଇ: ଆଜି ଜେଲରୁ ମୁକୁଳି ପାରନ୍ତି ଶାହରୁଖ୍ ଖାନଙ୍କ ପୁଅ ଆର୍ୟ୍ୟନ ଖାନ୍ । ଆର୍ଥର ରୋଡ୍ ଜେଲ୍ ରେ ଗତ ୨୨ ଦିନ ଧରି ଥିବା ଆର୍ୟନଙ୍କୁ ମିଳିଛି ଜାମିନ୍ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଆଜି ସେ ମୁକୁଳି ପାରନ୍ତି । ତେବେ ଆର୍ୟ୍ୟନଙ୍କୁ ଆଣିବାକୁ ଖୋଦ୍ ଶାହରୁଖଙ୍କ ଯିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆର୍ଥର ରୋଡ୍ ଆଖପାଖ ଅଞ୍ଚଳରେ ଟ୍ରାଫିକକୁ ନିୟନ୍ତ୍ରଣ କରିବାକୁ ଫୋର୍ସ ମୁତୟନ କରାଯାଇଛି । ସେହିପରି ଆଜି ଜେଲରୁ ମୁକୁଳିବେ ଆର୍ୟ୍ୟନଙ୍କ ବନ୍ଧୁ ତଥା ଏହି ମାମଲାରେ ଗିରଫ ହୋଇଥିବା ଅରବାଜ୍ ମର୍ଚାଣ୍ଡ ଓ ମୁନ୍‌ମୁନ୍ ଧନେଚା ।

ସୂଚନା ଅନୁସାରେ ଏହି ତିନି ଜଣଙ୍କୁ ଗତକାଲି ଜାମିନ୍ ଦେଇଥିଲେ ବମ୍ବେ ହାଇକୋର୍ଟ । ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ଆର୍ୟ୍ୟନଙ୍କ ସମେତ ୨୦ ଜଣ ଏବେ ଯାଏଁ ଏହି ମାମଲାରେ ୫ ଜଣଙ୍କୁ ଜାମିନ୍ ମିଳିସାରିଛି ।

ଦୀର୍ଘ ୩ ଦିନ ହେଲା ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା। ମଙ୍ଗଳବାର ଆର୍ଯ୍ୟନଙ୍କ ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବୁଧବାର ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଓକିଲ ଜାମିନ ପାଇଁ ନିଜର ପକ୍ଷ ରଖିଥିଲେ। ଏନସିବି ପକ୍ଷରୁ ଅନୀଲ ସିଂହ ଜାମିନକୁ ବିରୋଧ କରିଥିଲେ ।

ତେବେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କରିଥିଲା ନାର୍କୋଟିକ୍ସ ବ୍ୟୁରୋ । ସେଠାରୁ ଆର୍ୟ୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖା ଯାଇଥିଲା । ଏହାପରେ ଅକ୍ଟୋବର ୩ରେ ଅଟକ ୧୪ ଜଣଙ୍କ ମଧ୍ୟରୁ ଆର୍ୟ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା NCB । ଏହାର ପରବର୍ତ୍ତୀ ଅବସ୍ଥାରେ ଆଉ ୧୨ ଜଣ ଗିରଫ ହୋଇଛନ୍ତି । ଆର୍ୟ୍ୟନ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗ ରଖିଥିବାରୁ ତାଙ୍କୁ ଅକ୍ଟୋବର ୮ରେ ଆର୍ଥର ରୋଡ ଜେଲ୍‌କୁ ପଠାଇ ଦିଆଯାଇଛି । ସେବେଠାରୁ ସେ ଜେଲ୍‌ରେ ହିଁ ରହିଛନ୍ତି।