• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆଉ ନାହାଁନ୍ତି ସାଉଥ୍‌ ଆକ୍ଟର ପୁନିତ୍‌ ରାଜକୁମାର

  • ହୃଦ୍‌ଘାତରେ ପୁନିତ୍‌ଙ୍କ ବିୟୋଗ

ନୂଆଦିଲ୍ଲୀ: ସାଉଥ୍‌ ଆକ୍ଟର ପୁନିତ୍‌ ରାଜକୁମାରଙ୍କ ପରଲୋକ । ପୁନିତ୍‌ଙ୍କ ହୃଦଘାତର ଶିକାର ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅସୁସ୍ଥ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପୁନିତ୍ କନ୍ନଡ ଫିଲ୍ମର ବେଶ ଚର୍ଚ୍ଚିତ ଓ ବଡ଼ ଚେହେରା ଥିଲେ । ମାତ୍ର ୪୬ ବର୍ଷ ବୟସରେ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ପୁନିତ୍ । ପୁନିତ କେବଳ ଅଭିନେତା ନୁହେଁ ଏକଧାରାରେ ନିର୍ଦ୍ଦେଶକ, ସଙ୍ଗୀତଜ୍ଞ ଓ ଗାୟକ ମଧ୍ୟ ଥିଲେ ।

ଦେଶରେ ପୁନିତ୍‌ ଅପ୍ପୁ ନାମରେ ସୁପରିଚିତ ଥିଲେ । ଫ୍ୟାନ୍ସମାନେ ତାଙ୍କୁ ଏହି ନାମ ଦେଇଥିଲେ । ସେ ଅଭି, ଅଜୟ,ଅସୁର ଅନଞ୍ଜନୀ ପୁତ୍ର ଭଳି ସୁପରିଚିତ ଚଳଚିତ୍ର ପାଇଁ ସେ ବେଶ୍ ଜଣାଶୁଣାଥିଲେ । ଚଳିତ ବର୍ଷ ରିଲିଜ୍‌ ହୋଇଥିବା ୟୁଭାରତ୍ନ ଚଳଚିତ୍ରରେ ପୁନିତ୍‌ଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ଅସୁସ୍ଥତା କାରଣରୁ ପୁନିତ୍‌ ରାଜକୁମାର ଆଜି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଥମେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ଟର ତାଙ୍କ ହୃଦ୍‌ଘାତ ହୋଇଥିବାର ଘୋଷଣା କରିଛନ୍ତି ।

ଏନେଇ ପୂର୍ବତ୍ତନ କ୍ରିକେଟର ଭେଙ୍କଟେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଅଭିନେତା ପୁନିତ୍‌ ରାଜକୁମାର ଆଉ ନାହାଁନ୍ତି ।ଏନେଇ ସେ ଦୁଖଃ ପ୍ରକାଶ କରିଛନ୍ତି । ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା। 'ଏହା ସହିତ ସେ ପ୍ରଶଂସକମାନଙ୍କୁ ଶାନ୍ତି ବଜାୟ ରଖିବା ଏବଂ ତାଙ୍କ ପରିବାରକୁ ସମର୍ଥନ କରିବା ପାଇଁ ପ୍ରାର୍ଥନା କରିଛନ୍ତି ।