ଋଷୀୟ ସେନା ମାରିଉପୁଲ ସହରରେ ଥିବା ଏକ ବିରାଟ ଇସ୍ପାତ କାରଖାନାରେ ଲୁଚି ରହିଥିବା ୟୁକ୍ରେନ୍ ସୈନ୍ୟଙ୍କୁ ଚାରିଆଡ଼ୁ ଘେରି ରହିଛନ୍ତି । ମାରିଉପୁଲ ୟୁକ୍ରେନ ଅକ୍ତିଆରରେ ଥିବା ଶେଷ ଗଡ଼ ବୋଲି କୁହାଯାଉଛି
ଗୁଜରାଟ ଅହମ୍ମଦାବାଦରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ସାବରମତୀ ଆଶ୍ରମ ପରିଶଦର୍ଶନରେ ଯାଇଥିଲେ। ସେଠାରେ ସେ ମହାତ୍ମାଗାନ୍ଧୀଙ୍କ ଚରଖା ଚଲେଇଥିଲେ।
ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।
ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ମାଗିଛନ୍ତି। ଆଗାମୀ ଦିନରେ ଆଉ ତମାଖୁ ବିଜ୍ଞାପନ ନ କରିବାକୁ ସେ ଘୋଷଣା କରିଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ତଥା ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ଙ୍କୁ ନୂଆ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ଗୁଜରାଟ ପାଲନପୁର ସର୍କିଟ ହାଉସରୁ ତାଙ୍କୁ ଗିରଫ କଲା ଆସାମ ପୋଲିସ ।
ଋଷ୍ -ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପୁଣି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ ।
ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଦିଲ୍ଲୀର ମୟୂର ବିହାର ଫେଜ୍ -୩ ଅଞ୍ଚଳରେ ଦୁର୍ବୃତ୍ତମାନେ ବିଜେପି ନେତା ଜିତୁ ଚୌଧୁରୀ(୪୨)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
୨୦୨୨ ମସିହା, ଏପ୍ରିଲ ମାସ, ୨୧ ତାରିଖ, ଗୁରୁବାର, ମେଷ ୮ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ମୂଳା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଦିଲ୍ଲୀରେ ପୁଣି ଦ୍ରୁତ ଗତିରେ ମାଡ଼ିଲାଣି କରୋନା । ଦିନକରେ ୧ ହଜାର ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।
ଯଦି ସଂକ୍ରମଣ ବଢ଼େ, ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍ଜେନ୍ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ।
ଆଜିର ଟୁଇଟ୍ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କୁ ଚେତାଇ ଦେଇଛନ୍ତି କୁମାର ବିଶ୍ୱାସ । ଟୁଇଟ୍ରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନାଁ ଉଲ୍ଲେଖ ନକରି ମାରିଛନ୍ତି ତେରଛା ବାଣ ।
ଅଗଷ୍ଟା ହେଲିକପଟର ଡିଲରେ ଲାଞ୍ଚ କାରବାର ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାକୁ ବ୍ୟବହାର କରାଯାଇନଥିଲା । ତେବେ ଭାରତୀୟ ବାୟୁସେନା ଏହାର ପରୀକ୍ଷାମୂଳକ ଉଡ଼ାଣ କରିଥିଲା ସେବେଠାରୁ ଏହା ଭାରତୀୟ ବାୟୁସେନା ତତ୍ତ୍ୱାବଧାନରେ ରହିଆସିଛି
ବିଦାୟୀ ଭାଷଣ ଦେବା ସମୟରେ କାନ୍ଦିଲେ ଏୟାରହୋଷ୍ଟେସ ।
କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ ।
ଇଏ ଏମିତି ଏକ ଇ-ବାଇସାଇକେଲ୍ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍। ଚୁଟ୍କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍। ଜାଣନ୍ତୁ ଏହାର ଦାମ୍ କେତେ?
ଶ୍ରୀଲଙ୍କାର ଋଣ ଭାର ରହିଛି ୨୫ ବିଲିୟନ ଡଲାର । ସେଥିରୁ ୭ ବିଲିୟନ୍ ଡଲାର ଚଳିତ ବର୍ଷ ଶେଷ ସୁଦ୍ଧା ସୁଝିବାକୁ ପଡିବ । ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ନାକେଦମ ହୋଇପଡୁଛନ୍ତି
ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ ବୋଲି ଜଣାପଡିଛି।
ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍ର ପେଜ୍ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି..ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି..ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ
ମାସ୍କ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡିବ ୫୦୦ ଟଙ୍କା । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ଏବେ ଦିଲ୍ଲୀରେ ମାସ୍କ ଚେକିଂକୁ କଡ଼ାକଡି କରାଯିବ ।
ୟୁକ୍ରେନ୍ ସୈନ୍ୟଙ୍କ ଜୀବନ ବଞ୍ଚାଇଦେଲା ସ୍ମାର୍ଟଫୋନ୍ । କ୍ଷଣିକରେ ଜୀବନ ଚାଲିଯାଇ ଥାଆନ୍ତା, ମୋବାଇରେ ବାଜି ଅଟକି ଗଲା ଗୁଳି ।
ପୁଣି ବଢ଼ୁଛି କରୋନା କେସ୍ । ଗତକାଲିଠୁ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତରୁ ଅଧିକ ବଢ଼ିଛି । ଗତକାଲି ୧, ୨୪୭ ଜଣ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ୟୁକ୍ରେନ ଉପରେ ରୁଷର ଆକ୍ରମଣ ପର ଠାରୁ ପାକିସ୍ତାନ ପାଇଁ ସମସ୍ୟା ଆହୁରି ବଢିଛି । ବାରମ୍ବାର ଇନ୍ଧନ ଦର ବୃଦ୍ଧି ପାକିସ୍ତାନ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି ।