Advertisment

Vastu Tips: ଆପଣ ଡିପ୍ରେସନ୍‌ର ଶିକାର ହେଉଛନ୍ତି କି...ଏହା ବାସ୍ତୁଦୋଷର ପ୍ରଭାବ ହୋଇପାରେ, କରନ୍ତୁ ଏହି ପ୍ରତିକାର

ଗୃହ ନିର୍ମାଣ ସମୟରେ ବାସ୍ତୁକୁ ଯେତେ ମାନିଲେ ବି ବେଳେବେଳେ  ଏମିତି ଛୋଟ ଛୋଟ ଭୁଲ୍ ହୋଇଯାଇଥାଏ, ଯାହାଦ୍ୱାରା ଏହାର ଅନେକ ଅଶୁଭଫଳ  ଭୋଗିବାକୁ ପଡ଼ିଥାଏ । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବହୁତ ଯତ୍ନବାନ ହେଉଛନ୍ତି କାରଣ ଶରୀର ହେଉଛି ଆମ ପାଇଁ ଅମୂଲ୍ୟ ସମ୍ପଦ । ଯେଉଁ ଭୌତିକ  ସୁଖ ପାଇଁ ଆମେ ରୋଜଗାର କରୁଛେ ତାହା ସୁସ୍ଥ ଶରୀର ବିନା ଉପଭୋଗ କରିବା  ଅସମ୍ଭବ ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
ଏହି ବାସ୍ତୁଦୋଷ ଆଣେ ଡିପ୍ରେସନ୍

ଏହି ବାସ୍ତୁଦୋଷ ଆଣେ ଡିପ୍ରେସନ୍

ମଣିଷ ଯେତେବେଳେ  ପୃଥିବୀ ପୃଷ୍ଠରେ ଆବିର୍ଭାବ ହେଲା ସେତେବେଳେ  ସେ ଖରାବର୍ଷା ଆଦି ପ୍ରାକୃତିକ  ଦୁର୍ବିପାକ ଏବଂ ବାଘ, ଭାଲୁ ଆଦି ହିଂସ୍ର ଜୀବଜନ୍ତୁମାନଙ୍କଠାରୁ  ରକ୍ଷା ପାଇବା ପାଇଁ ପାହାଡ଼, ପର୍ବତର ଗୁମ୍ଫା ଓ ବଡ଼ ବଡ଼ ଗଛର କୋରଡ଼  ମଧ୍ୟରେ ରହିବାକୁ ଲାଗିଲା । କାଳକ୍ରମେ ମଣିଷ ବୁଦ୍ଧିର ବିକାଶ ହେଲାପରେ ପ୍ରକୃତିର ପଞ୍ଚତତ୍ତ୍ୱ କୁ ବ୍ୟବହାର କରି ଗୃହ ନିର୍ମାଣ କଲା । ଏହି ଗୃହରେ ରହିଲା ପରେ ଆରମ୍ଭ ହେଲା ମଣିଷର ପ୍ରକୃତ ବିକାଶର ଯୁଗ ।

Advertisment

କାଳକ୍ରମେ ଗ୍ରାମ, ନଗର ଆଦିର ନିର୍ମାଣ ମଧ୍ୟ କରିବାକୁ ଲାଗିଲା । ଏହି ଗୃହରେ ରହିବା ଦ୍ୱାରା  ଯେଉଁସବୁ ଅସୁବିଧାମାନ ଭୋଗିଲା ତା’ର ନିରାକରଣ ପାଇଁ ଠିକ୍ ଭାବରେ ଗୃହ ନିର୍ମାଣ କରିବା ପାଇଁ ବାସ୍ତୁଶାସ୍ତ୍ର ମଧ୍ୟ ରଚନା କରାଗଲା ଏବଂ ଏହି ବାସ୍ତୁ ଶାସ୍ତ୍ରର ନିୟମ ଦ୍ୱାରା ଗୃହ ନିର୍ମାଣର ସ୍ତର ମଧ୍ୟ ବହୁତ ବଢ଼ିଲା ଫଳରେ ବାସ୍ତୁଶାସ୍ତ୍ରର ଚାହିଦା ଏବଂ ଲୋକପ୍ରିତା ବହୁତ ବଢ଼ିବାକୁ ଲାଗିଲା । ଏହି ବାସ୍ତୁଶାସ୍ତ୍ର ଖାଲି ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ଏହାର ଚାହିଦା ଏବଂ ଲୋକପ୍ରିୟତା ବହୁତ ବଢ଼ିବାକୁ ଲାଗିଲା । ବାସ୍ତୁଶାସ୍ତ୍ରର ନିୟମ ଗୁଡ଼ିକ ମାନିଲେ ବହୁତ ଶୁଭଫଳ ମିଳିଥାଏ ।ଏହି ନିୟମ ଭିତରୁ ଆଜି ଆମେ ଏମିତି ଏକ ନିୟମ ବିଷୟରେ ଜାଣିବା ଯାହାକୁ ନ ମାନିଲେ ବହୁତ ଅଶୁଭଫଳ ମିଳିଥାଏ ।

ଗୃହ ନିର୍ମାଣ ସମୟରେ ବାସ୍ତୁକୁ ଯେତେ ମାନିଲେ ବି ବେଳେବେଳେ  ଏମିତି ଛୋଟ ଛୋଟ ଭୁଲ୍ ହୋଇଯାଇଥାଏ, ଯାହାଦ୍ୱାରା ଏହାର ଅନେକ ଅଶୁଭଫଳ  ଭୋଗିବାକୁ ପଡ଼ିଥାଏ । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବହୁତ ଯତ୍ନବାନ ହେଉଛନ୍ତି କାରଣ ଶରୀର ହେଉଛି ଆମ ପାଇଁ ଅମୂଲ୍ୟ ସମ୍ପଦ । ଯେଉଁ ଭୌତିକ  ସୁଖ ପାଇଁ ଆମେ ରୋଜଗାର କରୁଛେ ତାହା ସୁସ୍ଥ ଶରୀର ବିନା ଉପଭୋଗ କରିବା  ଅସମ୍ଭବ । ଆପଣଙ୍କ ପାଖରେ ଯେତେ  ଧନ ଥିଲେ ବି ଯଦି ସବୁବେଳେ ଶରୀର ଖରାପ ରହୁଛି ତେବେ  ସବୁବେଳେ, ମାନସିକ ଅଶାନ୍ତି ଲାଗି ରହିବ । ଶରୀର  ତ ବିଭିନ୍ନ କାରଣରୁ ବ୍ୟାଧିଗ୍ରସ୍ଥ ହୁଏ କିନ୍ତୁ  ବାସ୍ତୁଦୋଷ କାରଣରୁ ଯେଉଁ ମାନସିକ ଅବସାଦ ବା DEPRESSION ପରି ରୋଗ ହୋଇଥାଏ, ସେହି ବିଷୟରେ ଜାଣିବା।

Advertisment

୧. ଗୋଟେ ଗୃହରେ ବ୍ୟବହାର ହୋଇଥିବା ଇଟା, ଲୁହା, କାଠ ଆଦିକୁ ଆଣି ନିର୍ମାଣ କରାଯାଉଥିବା ନୂତନ ଗୃହରେ ବ୍ୟବହାର କରିବା ବହୁତ ଖରାପ । ଏଣୁ ନୂତନ ଗୃହ ନିର୍ମାଣ ବେଳେ ବ୍ୟବହୃତ ସମସ୍ତ ଦ୍ରବ୍ୟ ବା ବସ୍ତୁ ନୂଆ ହେବା ନିହାତି ଆବଶ୍ୟକ ।

୨. ଘର ଚାରିପଟେ ପାଚେରୀ ରହିବା ନିହାତି  ଆବଶ୍ୟକ । ପାଚେରୀ ନଥାଇ ଗୃହନିର୍ମାଣ କରି ରହିଲେ ପାଖ ଗୃହରେ ଥିବା ବାସ୍ତୁଦୋଷ ନିଜ ଗୃହ ଉପରେ ପଡ଼ିଥାଏ

୩. ଗୃହର ଦକ୍ଷିଣ ପଟରେ ଅନ୍ୟଦିଗ ଅପେକ୍ଷା ଅଧିକ ଝରକା ଥିଲେ, ଦକ୍ଷିଣ ଦିଗର ଖରାପ ପ୍ରଭାବ ଗୃହ ଉପରେ ପଡ଼ିଥାଏ କାରଣ ଦକ୍ଷିଣ ଦିଗ ହେଉଛି ମୃତ୍ୟୁର ଦେବତା ଯମ ଦେବତାଙ୍କ ଦିଗ ।

୪. ଗୃହର ମେଜିଆର ଉଚ୍ଚତା ରାସ୍ତାଠାରୁ ଅତିକମ୍‌ରେ ୩ ରୁ ୫ ଫୁଟ୍ ଉପରେ ରହିବା ଆବଶ୍ୟକ । ଏହିପରି ନଥିଲେ ରାସ୍ତାର ନକରାତ୍ମକ ଶକ୍ତି ଗୃହ ଭିତରକୁ ପ୍ରବେଶ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । 

୫. ଐଶାନ୍ୟ (ଉତ୍ତର-ପୂର୍ବ) କୋଣରେ ଯଦି ପାଇଖାନା ନିର୍ମାଣ ହୋଇଥାଏ ଏହା ଅତ୍ୟଧିକ ବାସ୍ତୁଦୋଷ ସୃଷ୍ଟି କରିଥାଏ । ଫଳରେ ଗୃହରେ ରହୁଥିବା ଲୋକମାନେ ମାନସିକ ଅବସାଦ ପରି  ରୋଗର ଶିକାର ହୋଇଥାନ୍ତି ।

Vastu Dosh In Odia Depression Vastu Tips Vastu Tips For Home
Advertisment
Advertisment