• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ପିତାମାତାଙ୍କ ଉପରେ ଅଶ୍ଳୀଳ କମେଣ୍ଟ କରି ବିବାଦ ଘେରରେ ଫସିଛନ୍ତି ଜଣାଶୁଣା ଇନଫ୍ୟୁଏନ୍ସର ତଥା ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ । ସେ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିବା ସତ୍ତ୍ୱେ ଅଡୁଆ କମୁନି । ନିକଟରେ ରଣବୀର ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନାଙ୍କ ଶୋ' 'ଇଣ୍ଡିଆଜ ଗଟ୍ ଟାଲେଣ୍ଟ'କୁ ଯାଇଥିଲେ । ସେଠି ସେ ବାପାମାଆଙ୍କ ଅନ୍ତରଙ୍ଗ ମୁହୂର୍ତ୍ତକୁ ନେଇ  ଆପତ୍ତିଜନକ କମେଣ୍ଟ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହରଡଘଣାରେ ପଡିଛନ୍ତି ଇନଫ୍ୟୁଏନ୍ସର । ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ଗିରଫ ଦାବି କରୁଛନ୍ତି । ଏହାରି ମଧ୍ୟରେ ଏହି ଲୋକପ୍ରିୟ ୟୁଟ୍ୟୁବର ତଥା ପୋଡକାଷ୍ଟରଙ୍କ ଆୟ ଓ ସମ୍ପତ୍ତି ବିବରଣୀ ସାମ୍ନାକୁ ଆସିଛି । 

ରଣବୀର ଆହ୍ଲାବାଦିଆ କିଏ ?

୧୯୯୩ ଜୁନ ୧ରେ ମୁମ୍ବାଇରେ ରଣବୀର ଆହ୍ଲାବାଦିଆଙ୍କ ଜନ୍ମ । ସେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପଢିବା ପରେ ୨୦୧୫ରେ ଦ୍ୱାରକାଦାସ ଜୀବନଲାଲ ସଂଘବୀ କଲେଜ ଅଫ୍ ଇଞ୍ଜିନିୟରିଂରୁ ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନରେ ବିଟେକ୍ ଡିଗ୍ରୀ ହାସଲ କରିଥିଲେ । 

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ରଣବୀର ସୋସିଆଲ ମିଡିଆରେ BeerBiceps ନାମରେ ଜଣାଯାଆନ୍ତି । ୨୦୧୪ରେ ସେ ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ ସହିତ ନିଜର ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ସେ ପ୍ରଥମେ ଫିଟନେଟ୍ ସମ୍ପର୍କିତ ଭିଡିଓ ପୋଷ୍ଟ କରୁଥିଲେ । ଏହାପରେ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକତା ଓ ସେଲଫ୍ ଇନପ୍ରୁଭମେଣ୍ଟ ସହ ଜଡିତ ଭିଡିଓ ପୋଷ୍ଟ କଲେ । ୟୁଟ୍ୟୁବ ଓ ପୋଡକାଷ୍ଟ ମାଧ୍ୟମରେ ରଣବୀର ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ଏବେ ସେ ଭାରତର ସବୁଠୁ  ବଡ ଇନଫ୍ୟୁଏନ୍ସର ପୋଡକାଷ୍ଟର ମଧ୍ୟରୁ ଜଣେ ।

ପ୍ରିୟଙ୍କା ଚୋପ୍ରା ଜୋନସ୍, ଅକ୍ଷୟ କୁମାର, ଅଜୟ ଦେବଗନ, କରୀନା କପୁର ଖାନା ଭଳି ବଡ ବଡ ସେଲିବ୍ରିଟି ରଣବୀରଙ୍କ ପୋଡକାଷ୍ଟରେ ଅତିଥି ରହିସାରିଛନ୍ତି । ରଣବୀର ୭ଟି ୟୁଟ୍ୟୁବ ଚ୍ୟାନେଲ ଚଲାଉଛନ୍ତି, ଯେଉଁଥିରେ ମୋଟ ୧୨ ମିଲିୟନରୁ ଅଧିକ ସବସ୍କାଇବର ଅଛନ୍ତି । ତାଙ୍କ ଚ୍ୟାନେଲରେ ଫିଟନେସ୍, ସେଲ୍ଫ ଇନପ୍ରୁଭମେଣ୍ଟ ଓ ପୋଡକାଷ୍ଟ ଆଧାରିତ କଣ୍ଟେଟ ଉପଲବ୍ଧ । ଏହାସହିତ ସେ Monk-Eର ସହ-ସଂସ୍ଥାପକ ମଧ୍ୟ ଅଟନ୍ତି । 

ରଣବୀର ଆହ୍ଲାବାଦିଆଙ୍କ ସମ୍ପତ୍ତି:

ଏକ ନ୍ୟୁଜ ରିପୋର୍ଟ ଅନୁସାରେ, ରଣବୀର ଆହ୍ଲାବାଦିଆଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୦ କୋଟି ରହିଛି । ପ୍ରତି ମାସରେ ସେ ୩୫ ଲକ୍ଷ ଟଙ୍କା ଆୟ କରୁଛନ୍ତି । ନିଜର ସମସ୍ତ ବ୍ୟବସାୟିକ ସଂସ୍ଥା, ବ୍ରାଣ୍ଡ ଡିଲ୍, ପୋଡକାଷ୍ଟ, ୟୁଟ୍ୟୁବ ଶୋ'ରୁ ଏହି ରୋଜଗାର କରୁଛନ୍ତି । ରଣବୀର ୨୦୨୨ରେ ଫୋର୍ବସ ୩୦ ଅଣ୍ଡର ୩୦ ଲିଷ୍ଟରେ ସ୍ଥାନ ପାଇଥିଲେ ଯାହା ତାଙ୍କ କ୍ୟାରିୟରର ବଡ ଉପଲବ୍ଧି ଥିଲା । 

ବ୍ରାଣ୍ଡ ଡିଲ୍, ପୋଡକାଷ୍ଟରୁ ଆୟ:

ବର୍ତ୍ତମାନ ଏହି ଇନଫ୍ୟୁଏନ୍ସର ଜୋମାଟୋ, ଗ୍ରୋ, ମାଇଁ ପ୍ରୋଟିନ ସମେତ ବିଭିନ୍ନ ବ୍ରାଣ୍ଡ ସହ କାମ କରୁଛନ୍ତି । ବ୍ରାଣ୍ଡ ଡିଲରୁ ସେ ୧୫ରୁ ୨୦ ଲକ୍ଷ ଆୟ କରୁଛନ୍ତି । ସେହିପରି ତାଙ୍କର ପୋଡକାଷ୍ଟ 'ଦି ରଣବୀର ଶୋ'ରୁ ପ୍ରାୟ ୫ରୁ ୭ ଲକ୍ଷ ଆୟ ଆସୁଛି ।

ବ୍ୟବସାୟ:

ରଣବୀର ଆହ୍ଲାବାଦିଆଙ୍କ Monk-E ସମେତ ବିଭିନ୍ନ ବ୍ୟବସାୟିକ ସଂସ୍ଥା ରହିଛି । ସେ 'ବିଅରବାଇସେପ ସ୍କିଲହାଉସ୍' ନାଁରେ ଏକ ଏଜୁକେସନ ପ୍ଲାଟଫର୍ମ ଚଲାଉଛନ୍ତି । ଏହି ପ୍ଲାଟଫର୍ମରେ ବିଜନେସ୍ ଗ୍ରୋଥ ଆଇଡିଆ ସହ ପ୍ରଡକ୍ଟିଭିଟି ଓ ସେଲଫ ଇନପ୍ରୁଭମେଣ୍ଟ କୋର୍ସ ରହିଛି । ଏହାବ୍ୟତୀତ ସେ RAAAZ ନାମକ ଏକ ଲାଇଫଷ୍ଟାଇଲ ବ୍ରାଣ୍ଡର ମଧ୍ୟ ସହ-ସଂସ୍ଥାପକ ରହିଛନ୍ତି । ଏପରି ଇର୍ଷଣୀୟ ସଫଳତା ସତ୍ତ୍ୱେ ତାଙ୍କର ଗୋଟିଏ ଅଶ୍ଳୀଳ କମେଣ୍ଟ ଏବେ ପୁରା କ୍ୟାରିୟରକୁ ବିପଦରେ ପକାଇଛି । 
 

ଅଧିକ ପଢନ୍ତୁ: ଅଶ୍ଳୀଳ କମେଣ୍ଟ୍ କରି ହରଡଘଣାରେ ରଣବୀର ଆହ୍ଲାବାଦିଆ; ବ୍ରେକ୍‌ଅପ୍ କଲେ ଗର୍ଲଫ୍ରେଣ୍ଡ

 

OTV is now on Whatsapp

Join and get latest news update delivered to you via whatsapp

Join Now