• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କବି ତଥା ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସଙ୍କ ପାଇଁ ବଢ଼ିଲା ଅଡ଼ୁଆ । କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ ମାମଲାରେ, ଆଇଟି ଆକ୍ଟରେ ମାମଲା ରୁଜୁ ସହ ଆଜି ସକାଳୁ ତାଙ୍କ ଘରେ ପହଞ୍ଚିଲା ପଞ୍ଜାବ ପୋଲିସ । ଏନେଇ ନିଜେ କୁମାର ବିଶ୍ୱାସ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ମାମଲାର ତଦନ୍ତରେ ସହଯୋଗ କରିବା ପାଇଁ କହିଛି ପୋଲିସ ।

ଅଭିଯୋଗ ଅନୁସାରେ, ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କୁମାର ବିଶ୍ୱାସ । କେଜ୍ରିୱାଲଙ୍କ ନାଁ ନନେଇ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ କିମ୍ବା ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ବିଶ୍ୱାସ କହିଥିଲେ ।

ଆଜିର ଟୁଇଟ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାଇ ଦେଇଛନ୍ତି କୁମାର ବିଶ୍ୱାସ । ଟୁଇଟ୍‌ରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାଁ ଉଲ୍ଲେଖ ନକରି ଲେଖିଛନ୍ତି ଯେ, ‘ତୁମକୁ ପଞ୍ଜାବବାସୀ ଦେଇଥିବା କ୍ଷମତା ସହିତ ଖେଳିବା ପାଇଁ ତୁମେ ଦିଲ୍ଲୀରେ ବସିଥିବା ଲୋକକୁ ସୁଯୋଗ ଦେଉଛ । ଦିନେ ସେ ତୁମ ସହିତ ପଞ୍ଜାବକୁ ବି ଧୋକା ଦେବ । ଦେଶ ମୋ ଚେତାବନୀ ମନେ ରଖୁ’ । ତେବେ ଏନେଇ କେଜ୍ରିୱାଲ୍ କିମ୍ବା ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।