Advertisment

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିସ୍ଫୋରକ୍‌ ଅଲରାଉଣ୍ତର କିରଣ ପୋଲାର୍ଡ

ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

author-image
Otv Khabar Bureau
Kieron Pollard

Kieron Pollard

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କିରଣ ପୋଲାର୍ଡ । ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

Advertisment

୩୪ ବର୍ଷୀୟ ପୋଲାର୍ଡ ଆଇପିଏଲ୍ ୨୦୨୨ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ର ଅଂଶ ରହିଛନ୍ତି । ସେ ୱେଷ୍ଟଇଣ୍ଡିଜ୍ ଟି -୨୦ ଏବଂ ODI ଦଳର ଅଧିନାୟକ ମଧ୍ୟ ଥିଲେ । ସେ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଏଭଳି ସ୍ଥିତିରେ ସେ ସମସ୍ତ ଘରୋଇ ଟି-୨୦ ଲିଗ୍‌ ଖେଳିବା ଜାରି ରଖିବେ।

ଏବର୍ଷ ଆଇପିଏଲ୍‌ରେ ତାଙ୍କର ପ୍ରଦର୍ଶନ ବେଶ୍‌ ଭଲ ରହିନାହିଁ । କିନ୍ତୁ ତାଙ୍କର ଟି -୨୦ କ୍ୟାରିୟରରେ ଯଦି ଆମେ ନଜର ପକାଇବା, ତେବେ ତାଙ୍କର ରେକର୍ଡ ବହୁତ ଭଲ ରହିଛି । ସେ ଜଣେ ସଫଳ ଟି-୨୦ କ୍ରିକେଟର ଭାବେ ବେଶ୍‌ ପରିଚିତ । ସେ ଟି-୨୦ ରେ ୧୧ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିବା ବେଳେ ୩୦୦ ରୁ ଅଧିକ ୱିକେଟ୍ ମଧ୍ୟ ନେଇଛନ୍ତି।

Advertisment

ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୁଁ ସମସ୍ତ ଚୟନକର୍ତ୍ତା, ପରିଚାଳନା କମିଟି ଏବଂ ବିଶେଷକରି କୋଚ୍ ଫିଲ୍ ସିମନ୍ସଙ୍କୁ କୃତଜ୍ଞତା ଜଣାଉଛି । ସେ ମୋ ଭିତରେ ଥିବା ଦକ୍ଷତାକୁ ଦେଖି ମୋ ଉପରେ ବିଶ୍ୱାସ ରଖିଥିଲେ । ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ମୋ ଭିତରେ ଦେଖିଥିବା ଆତ୍ମବିଶ୍ୱାସ, ବିଶେଷ ଭାବରେ ମତେ ଟିମ୍‌ର ନେତୃତ୍ୱ ଦେଇଥିବା ସମୟରେ ସମର୍ଥନ ଏବଂ ଉତ୍ସାହ ପାଇଁ CWI ଅଧ୍ୟକ୍ଷ ରିକି ସ୍କୋରିଟ୍‌ଙ୍କୁ ମୋର ଧନ୍ୟବାଦ ଏବଂ କୃତଜ୍ଞତା ଜଣାଉଛି’।

୨୦୦୭ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କିରଣ ପୋଲାର୍ଡ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ସେ ୨୦ ଫେବୃଆରୀ ୨୦୨୨ ରେ ଭାରତ ବିପକ୍ଷରେ କୋଲକାତାରେ ନିଜର ଶେଷ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଖେଳିଥିଲେ । ଏହାସହ ୱେଷ୍ଟଇଣ୍ଡିଜ୍ ପାଇଁ ୧୨୩ ଟି ODI ଏବଂ ୧୦୧ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି । ସେ ODI ରେ ୩ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ବଳରେ ମୋଟ ୨୭୦୬ ରନ୍ ସଂଗ୍ରହ କରିଛନ୍ତି । ଏଥିସହ ମୋଟ୍‌ ୫୫ ଟି ୱିକେଟ୍ ମଧ୍ୟ ତାଙ୍କ ନାଁରେ ରହିଛି।

Cricket Kieron Pollard Retirement
Advertisment
Advertisment