• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ବଢ଼ୁଛି କରୋନା କେସ୍ । ଗତକାଲିଠୁ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତରୁ ଅଧିକ ବଢ଼ିଛି । ଗତକାଲି ୧, ୨୪୭ ଜଣ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜିର ବର୍ଦ୍ଧିତ ସଂଖ୍ୟା ପରେ ପଜିଟିଭିଟି ରେଟ୍ ବି ବଢ଼ିଛି । ଦେଶରେ ପଜିଟିଭିଟି ରେଟ୍ ଏବେ ୦.୪୯ ପ୍ରତିଶତ ରହିଛି । ଉତ୍ତର ଭାରତର ବିଭିନ୍ନ ରାଜ୍ୟ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି । ଦିଲ୍ଲୀରେ ୨୬ ପ୍ରତିଶତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର, ଗାଜିଆବାଦ୍ ସମେତ କିଛି ଜିଲ୍ଲାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ।

ପରିସ୍ଥିତିକୁ ଦେଖି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୫ ରାଜ୍ୟକୁ ସଚେତନ ଓ ସତର୍କ ରହିବାକୁ ତାଗିଦ୍ କରାଯାଇଥିଲା । ଦିଲ୍ଲୀ, ଉତ୍ତରପ୍ରଦେଶ ହରିୟାଣା, ମିଜେରାମରେ ମାସ୍କ ସହ ସାମାଜିକ ଦୂରତା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷେ, ରାଜଧାନୀ ଦିଲ୍ଲୀରେ ଗତ କିଛି ଦିନ ହେବ କରୋନାର ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଗତକାଲି ଦିଲ୍ଲୀରେ ୬ ଶହରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ଗତକାଲି ଦିଲ୍ଲୀରେ ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୭.୭୨ରୁ ୪.୪୨କୁ ଖସି ଆସିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ସଂକ୍ରମଣ ଦର ହ୍ରାସ ପାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now