Advertisment

ଲମ୍ବା ବ୍ରେକ୍‌ ପରେ ପୁଣି ଥରେ ଚର୍ଚ୍ଚାରେ IPS ଅରୁଣ ବୋଥ୍ରା

ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍‌ର ପେଜ୍‌ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି..ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ କରିବି..ଆପଣ ବି ଦେଖିନିଅନ୍ତୁ ଏହି ଭିଡ଼ିଓ

author-image
Otv Khabar Bureau
IPS Arun Bothra In Headlines Again

IPS Arun Bothra In Headlines Again

ପୁଣି ଚର୍ଚ୍ଚାରେ ଅରୁଣ ବୋଥ୍ରା । କହିଲେ, ଟିଭି ଦେଖା ଛାଡ଼ିଦେଇଥିଲି, ଏ ଭିଡ଼ିଓ ପାଇଁ ପୁଣି ଥରେ ଟିଭି ଦେଖିବି । ପୁଣି ଥରେ ଚର୍ଚ୍ଚାରେ ଆଇପିଏସ୍‌ ଅରୁଣ ବୋଥ୍ରା। ନିଜ ଟ୍ୱିଟର ପେଜ୍‌ରେ ସେ ଏମିତି ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ପୂରା ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା। ସେ ସିଧାସିଧା କହିଛନ୍ତି ଯେ, ବହୁତ ଦିନ ହେବ ଟିଭି ଦେଖା ଛାଡ଼ି ଦେଇଛି। ହେଲେ ପୁଣି ଥରେ ସେଇ ଟିଭିକୁ ଫେରିବାକୁ ପଡ଼ିବ ମତେ।

Advertisment

କାରଣ ଏ ରୋମାଞ୍ଚକର ଭିଡ଼ିଓ ବୋଧହୁଏ ଆଉ କେଉଁଠାରେ ମତେ ଦେଖିବାକୁ ମିଳିବ ନାହିଁ। ତେବେ କେଉଁ ଭିଡ଼ିଓକୁ ବୋଥ୍ରା ଏତେ ପ୍ରଶଂସା କରିଛନ୍ତି ତାହାକୁ ଆପଣ ବି ଥରେ ଭଲରେ ଦେଖନ୍ତୁ । ସୋମବାର ଅରୁଣ ବୋଥ୍ରା ନିଜ ଟ୍ୱିଟର ପେଜ୍‌ରେ ଏଇ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଆଉ ଭିଡିଓ କ୍ୟାପସନ୍‌ରେ ସେ ଲେଖିଛନ୍ତି 'ବହୁତ ଦିନ ପୂର୍ବରୁ ଟିଭି ଦେଖିବା ଛାଡି ଦେଇଥିଲି। ଲାଗୁଛି ପୁଣିଥରେ ଆରମ୍ଭ କରିବାକୁ ପଡିବ ଟିଭି ଦେଖା । କାରଣ ଏ ରୋମାଞ୍ଚକର ଭିଡ଼ିଓ କେଉଁଠି ମିଳିବ ନାହିଁ।'

ତେଣୁ ବାଧ୍ୟ ହୋଇ ଆମେ ଟିଭି ଦେଖିବୁ ବୋଲି କହିଛନ୍ତି ଅରୁଣ। ତେବେ ପ୍ରକୃତରେ ଅରୁଣ ବୋଥ୍ରା ଏକ ନ୍ୟୁଜ୍‌ ଚ୍ୟାନେଲର କ୍ଲିପ୍‌ ସେୟାର କରିଛନ୍ତି। ଆଉ ଏହି ଭିଡ଼ିଓରେ ଜଣେ ନ୍ୟୁଜ୍‌ ଆଙ୍କର ବୁଲି ବୁଲି ଖବର ପରିବେଷଣ କରୁଛନ୍ତି । ହେଲେ ସେ ଏମିତି ଢଙ୍ଗରେ ଦଉଡ଼ି ଦଉଡ଼ି ରିପୋର୍ଟିଂ କରୁଛନ୍ତି ଯେ ଆପଣ ଦେଖିଲେ ବାଧ୍ୟ ହୋଇ ଘଡ଼ିଏ ଅଟକି ଯିବେ। ଏହି ଭିଡ଼ିଓରେ ସେ ୟୁକ୍ରେନ୍‌-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଖବର ପରିବେଷଣ କରୁଛନ୍ତି। ହେଲେ ପରିବେଷଣର ଶୈଳୀ ଖୁବ ମଜାଦାର ରହିଛି। ଯାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି।

Advertisment

ଏଠାରେ ସ୍ପଷ୍ଟ କରୁଛୁ ଯେ, ଅରୁଣ ଗତ ମାର୍ଚ୍ଚ ୨୦ ତାରିଖରୁ ସୋସିଆଲ ମିଡିଆରୁ ଏକ ଲମ୍ବା ବ୍ରେକ ନେଇଥିଲେ। ଏପ୍ରିଲ ୧୬ ତାରିଖରୁ ଅରୁଣ ବୋଥ୍ରା ପୁଣିଥରେ ଫର୍ମକୁ ଫେରିଛନ୍ତି। କେବଳ ଏତିକି ନୁହେଁ ପୂର୍ବରୁ ମଟର ଛୁଇଁକୁ ନେଇ ମଧ୍ୟ ସେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଯାହା ଅନେକ ୟୁଜର୍ସଙ୍କୁ କମେଣ୍ଟ ଦେବାର ଖୁରାକ ଯୋଗାଇ ଥିଲା ।

Arun Bothra Viral Video
Advertisment
Advertisment