Advertisment

ତମାଖୁ ବିଜ୍ଞାପନକୁ ନେଇ କ୍ଷମା ମାଗିଲେ ଅକ୍ଷୟ, କହିଲେ- ସବୁ ଟଙ୍କା...

ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ମାଗିଛନ୍ତି। ଆଗାମୀ ଦିନରେ ଆଉ ତମାଖୁ ବିଜ୍ଞାପନ ନ କରିବାକୁ ସେ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tobacco Firm Ad

Tobacco Firm Ad

ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ମାଗିଛନ୍ତି। ଆଗାମୀ ଦିନରେ ଆଉ ତମାଖୁ ବିଜ୍ଞାପନ ନ କରିବାକୁ ସେ ଘୋଷଣା କରିଛନ୍ତି। ଏନେଇ ଅକ୍ଷୟ ଟ୍ୱିଟ୍ କରି କ୍ଷମା ପ୍ରାର୍ଥନା କରିବା ସହ ତମାଖୁ ବିଜ୍ଞାପନରେ କମାଇ ଥିବା ଆୟକୁ ଲୋକଙ୍କ ସେବାରେ ଲଗାଇବେ ବୋଲି ଖିଲାଡି ଷ୍ଟାର ଅକ୍ଷୟ କୁମାର କହିଛନ୍ତି।

Advertisment

ନିକଟରେ ଅକ୍ଷୟ କୁମାର ଏକ ପାନ ମସଲା ବିଜ୍ଞାପନରେ ଅଭିନେତା ଅଜୟ ଦେବଗନ ଓ ଶାହରୁଖ ଖାନ୍‌ଙ୍କ ସହ ନଜର ଆସିଥିଲେ। ଏହାପରେ ଫ୍ୟାନ୍ସ ଏନେଇ କଡ଼ା ସମାଲୋଚନା କରିବା ସହ ନିନ୍ଦା ମଧ୍ୟ କରିଥିଲେ। ଏହାପରେ ଅକ୍ଷୟ ଟ୍ୱିଟ୍ କରି କ୍ଷମା ପ୍ରାର୍ଥନା କରିଛନ୍ତି।

ଟ୍ୱିଟ୍‌ କରି ସେ କହିଛନ୍ତି, ‘ମୁଁ ଦୁଃଖିତ। ଏଥିପାଇଁ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଗତ କିଛିଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ନା ମୁଁ ତମାଖୁକୁ ସମର୍ଥନ କରେ ନା ସମର୍ଥନ କରିବି। ପାନ ମସଲା ବିଜ୍ଞାପନରେ ମୁଁ ସାମିଲ ହେବା ଦ୍ୱାରା ଆପଣଙ୍କ ଯେଉଁ ଭାବନା ରହିଛି, ତାକୁ ମୁଁ ବୁଝିପାରୁଛି। ଆପଣମାନଙ୍କ ଏହି ଭାବାବେଗକୁ ମୁଁ ସମ୍ମାନ କରୁଛି। ତେଣୁ ମାନବିକତା ଦୃଷ୍ଟିରୁ ମୁଁ ଏହି ବିଜ୍ଞାପନରୁ ଓହରି ଯାଉଛି’। ଏହାସହ ବିଜ୍ଞାପନରୁ ପାଇଥିବା ସମସ୍ତ ଅର୍ଥ ଦାନ କରିବି ବୋଲି ଅକ୍ଷୟ କହିଛନ୍ତି।

Advertisment

ନିକଟରେ ସୋସିଆଲ୍‌ ମିଡିଅରେ ଅକ୍ଷୟ କୁମାରଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଗୁଟ୍‌ଖା ବିଜ୍ଞାପନ କାହିଁକି କରିବେ ନାହିଁ ବୋଲି ସେ ସାକ୍ଷାତକାରରେ କହିଥିଲେ। ସେହି ସମୟରେ ସେ କହିଥିଲେ ଯେ, ଏଭଳି ବିଜ୍ଞାପନ ପାଇଁ ତାଙ୍କ ପାଖକୁ ଅନେକ ଅଫର୍‌ ଆସିଥିବା ସତ୍ତ୍ୱେ ଏସବୁ ବିଜ୍ଞାପନ ପାଇଁ ସେ ମନା କରି ଦେଇଥିଲେ। କାରଣ ସେ ‘ସୁସ୍ଥ ଭାରତ’ ଉପରେ ବିଶ୍ୱାସ ରଖୁଥିଲେ। 

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, Vimal Elaichi ବିଜ୍ଞାପନରେ ଅକ୍ଷୟ କୁମାରଙ୍କ ସହ କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ ଓ ଅଜୟ ଦେବଗନ ମଧ୍ୟ ନଜର ଆସିଛନ୍ତି। ଯାହାର ଟ୍ୟାଗ୍‌ ଲାଇନ୍‌ ରହିଛି- "Bolo Zubaan Kesari"। 

Tobacco Firm Ad Akshay Kumar Tobaco Ad
Advertisment
Advertisment