Advertisment

ଅଧରାତିରେ କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଗିରଫ କଲା ପୋଲିସ

କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ଗୁଜରାଟ ପାଲନପୁର ସର୍କିଟ ହାଉସରୁ ତାଙ୍କୁ ଗିରଫ କଲା ଆସାମ ପୋଲିସ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Jignesh Mevani

Jignesh Mevani

କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ଗୁଜରାଟ ପାଲନପୁର ସର୍କିଟ ହାଉସରୁ ତାଙ୍କୁ ଗିରଫ କଲା ଆସାମ ପୋଲିସ । ବିଳମ୍ବିତ ରାତିରେ ଗିରଫ ପରେ ଆଜି ଜିଗ୍ନେଶଙ୍କୁ ଆସାମ ନେବ ପୋଲିସ । ଗିରଫର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଏନେଇ ଗାନ୍ଧିନଗରରେ ଆଜି ବିକ୍ଷୋଭ କରିବେ ସମର୍ଥକ ।

Advertisment

ମେୱାନୀଙ୍କ ଗିରଫଦାରୀକୁ ତାଙ୍କ ସମର୍ଥକମାନେ ଘୋର ବିରୋଧ କରିଛନ୍ତି। ସେମାନେ ଆଜି ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରିବେ। ସମ୍ବିଧାନ ବଞ୍ଚାଅ ଏବଂ ଦେଶ ବଞ୍ଚାଅ ନାରା ଦେଇ ଜିଗ୍ନେଶଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଜିଗ୍ନେଶ ମେବାନି ଗୁଜୁରାଟର ଭଡଗାମର ବିଧାନସଭା ସଦସ୍ୟ ଅର୍ଥାତ ବିଧାୟକ ରହିଛନ୍ତି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଜିଗ୍ନେଶ ମେୱାନୀ କଂଗ୍ରେସର ଏକପ୍ରକାର ମଉଖ୍ୟ ରହିଥିଲେ। ଗୁଜରାଟରେ କଂଗ୍ରେସର ଭୋଟ୍‌ ବୃଦ୍ଧି କରିବାରେ ଜିଗ୍ନେଶଙ୍କ ମୁଖ୍ୟ ଭୂମିକା ‌ରହିଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କୁ ଉଚିତ ଢଙ୍ଗରେ ଘେରି ଜାତୀୟ ରାଜନୀତିରେ ଜିଗ୍ନେଶ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି।

Advertisment

ଜିଗ୍ନେଶ ମେବାନୀ ସମେତ ଅନ୍ୟ ରାଜନୈତିକ ସମୀକ୍ଷକ ତଥା ଜେଏନୟୁ ର ପୂର୍ବତନ ଛାତ୍ର ସଂଗଠନର ନେତା କନ୍ହେୟା କୁମାରଙ୍କ ସହ ଗତ ବର୍ଷ ସେପ୍ଟେମ୍ବରରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଠାରେ ଶ୍ରୀ କୁମାର କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

Congress Jignesh Mevani
Advertisment
Advertisment