• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟେ ଏମିତିକା ସାଇକେଲ, ଯାହା ଚୋରି ହେବ ନାହିଁ । ଚୋରି କରିବାକୁ ଚେଷ୍ଟା କଲେ ଅପଦସ୍ତ ହେବ । ଆଉ ଚୋର ଧରାପଡ଼ିବ । ପୃଥିବୀର ଯେଉଁ କୋଣରେ ଥିଲେ ବି ମୋବାଇଲରେ ସାଇକେଲକୁ କଣ୍ଟ୍ରୋଲ୍ କରିହେବ । ଆଉ ସାଇକେଲ କେଉଁଠି ଅଛି ତାହା ମଧ୍ୟ ଦେଖିହେବ ।

ୟେ ହେଉଛି ଥେଫ୍ଟ ପ୍ରୁଫ୍ ଇ-ବାଇସାଇକେଲ । ଯାହାକୁ ଉଦ୍ଭାବନ କରିଛନ୍ତି ଆସାମର ଜଣେ ଛାତ୍ର । ଏହି ଇ-ବାଇସାଇକେଲରେ ଆକର୍ଷଣୀୟ ଫିଚର୍ସ ମଧ୍ୟ ରହିଛି । ଆପଣ ବିଶ୍ୱର ଯେଉଁ କୋଣରେ ଥିଲେ ବି ମୋବାଇଲ ସାହାଯ୍ୟରେ ଏହି ସାଇକଲକୁ କଣ୍ଟ୍ରୋଲ କରିପାରିବେ । ଆଉ ଏହାକୁ ଅନ୍-ଅଫ୍ କରିପାରିବେ ।

ତେବେ ଏହା ଫିଙ୍ଗରପ୍ରିଣ୍ଟରେ ଜରିଆରେ ମଧ୍ୟ ଅନ୍-ଅଫ୍ କରିହେବ । ଖାଲି ଏତିକି ନୁହେଁ ବରଂ ସାଇକେଲ କେଉଁଠି ଅଛି ମ୍ୟାପ୍‌ରେ ଆପଣ ଦେଖି ମଧ୍ୟ ପାରିବେ । ତେବେ ସବୁଠୁ ବଡ଼ କଥା ହେଲା, କେହି ଚୋର ଏହି ଇ-ବାଇସାଇକେଲକୁ ଚୋରାଇବାକୁ ଚେଷ୍ଟା କଲେ, ତୁରନ୍ତ ଆପଣଙ୍କ ମୋବାଇଲକୁ ମେସେଜ୍ ଆସିବା ସହ ଜୋର ଜୋରରେ ସାଇରେନ୍ ବା ଆଲାରାମ୍‌ ବାଜିବ ।

ଆସାମ ରାଇଫଲ୍ସ ଆଇଟିଆଇର ଛାତ୍ର ସମ୍ରାଟ ନାଥ ଏହି ଇ–ବାଇସାକେଲ ତିଆରି କରିଛନ୍ତି । ପିଲାବେଳେ ତାଙ୍କ ବାପାଙ୍କ ଲୋନରେ କିଣିଥିବା ବାଇକଟି ଚୋରି ହେବା ପରେ ପରିବାରକୁ ଖୁବ୍ ବାଧିଥିଲା । ଏହି ଘଟଣା ତାଙ୍କୁ ଏଭଳି ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଇଲା । ୨୦୧୬ରେ ଦେଖିଥିବା ସ୍ୱପ୍ନକୁ ପୂରା କରିବାକୁ ସମ୍ରାଟଙ୍କୁ ୪ ବର୍ଷ ଲାଗିଛି । ଭବିଷ୍ୟତରେ ଏହି ଇ-ବାଇସାଇକେଲକୁ ସୁଲଭ ଦରରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।