• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମାସ୍କ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡିବ ୫୦୦ ଟଙ୍କା । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ଦିଲ୍ଲୀରେ ମାସ୍କ ଚେକିଂକୁ କଡ଼ାକଡି କରାଯିବ ।

ଦିଲ୍ଲୀର ବଢ଼ୁଥିବା କରୋନା ସ୍ଥିତିରେ ନିୟନ୍ତ୍ରଣ ଆଣିବାକୁ ସରକାର କୋଭିଡ୍ ସ୍ଥିତିର ସମୀକ୍ଷା ପାଇଁ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା DDMAର ବୈଠକ ବସିଥିଲା । ଏଥିରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୬ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଫେବୃଆରୀ ପରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୬ଶହ ଟପିଛି । ପୂର୍ବରୁ ଶିକ୍ଷାନୁଷ୍ଠାନ ପାଇଁ ଆଡ୍‌ଭାଜରି ଜାରି କରିବା ସହିତ ସବୁ ହସ୍ପିଟାଲକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ସରକାର । ଗତକାଲି ଉତ୍ତରପ୍ରଦେଶ ସରକାର ଲକ୍ଷ୍ନୌ ଏବଂ ଏନ୍‌ସିଆରର ୬ଟି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।

ଅନ୍ୟପକ୍ଷେ, ଗତ କିଛି ଦିନ ହେବ ଦିଲ୍ଲୀରେ କରୋନାର ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିଲ୍ଲୀରେ ୬ ଶହରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି । ହେଲେ ଗତକାଲି ଦିଲ୍ଲୀରେ ୬୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ହାର ୭.୭୨ରୁ ୪.୪୨କୁ ଖସିଥିବା ଜଣାପଡିଛି । ଫଳରେ କିଛି ମାତ୍ରାରେ ସଂକ୍ରମଣ ହାର ହ୍ରାସ ପାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now