Advertisment

ରାତାରାତି ବାପାଙ୍କୁ ସୋସିଆଲ୍ ମିଡିଆରେ ପପୁଲାର୍‌ କଲା ପୁଅ

ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା।

author-image
Otv Khabar Bureau
ଅଦ୍ୟତନ ହୋଇଛି
Boy promotes his father’s roadside haleem stall in Hyderabad, netizens turn up in big number

Boy promotes his father’s roadside haleem stall in Hyderabad, netizens turn up in big number

ରାତିରାତି ବାପାଙ୍କୁ ଫେମସ କଲା ପୁଅ । ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏହି ଘଟଣା। ବାପା ରାସ୍ତା କଡ଼ରେ ‘ହଲିମ୍‌ ଚିକେନ୍‌’ ନାଁରେ ଏକ ଠେଲା ଲଗେଇଥିଲେ । କିନ୍ତୁ ଭଲ ବେପାର ହେଉନଥିଲା । ହେଲେ ପୁଅର ଏକ ଭିଡିଓ ପରେ ସେ ରାତାରାତି ଫେମସ୍‌ ହେବା ସହ ତାଙ୍କର ଦୂଖ ବି ଦୁର ହୋଇଛି ।

Advertisment

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ପୁଅ କ’ଣ ଏମିତି କଲା ଯେ ରାତାରାତି ତାର ବାପା ଫେମସ ହୋଇଗଲେ । ପ୍ରକୃତରେ ତାର ବାପାଙ୍କର ଠେଲାକୁ କେହି ଲୋକେ ଆସୁନଥିଲେ । ଭଲ ରୋଜଗାର ହେଉନଥିବାବେଳେ କାମରେ ଖୁବ୍‌ ମାନ୍ଦା ହେଉଥିଲା । କିନ୍ତୁ ପିଲାଟି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଛାଡ଼ି ଥିଲା । ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଲା । ଭିଡିଓଟି ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ ଏବେ ଠେଲାରେ ବେଶ ଭିଡ ଜମୁଛି । ଫଳରେ ପିଲାଟିର ବାପା ରାତାରାତି ଫେମସ ହୋଇଛନ୍ତି ।

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ପିଲାଟି ନିଜ ବାପାଙ୍କ ପାଇଁ ସହାଯ୍ୟ ଓ ସହଯୋଗ ମାଗୁଥିବା ଦେଖିବାକୁ ମିଳିଛି । ଏହାସହ ସେ କହୁଛି ଯେ, ‘ଇଏ ମୋ ବାପା ବସିଛନ୍ତି। ଏଇଠି ଅଛି ବାପାଙ୍କ ଚିକେନ୍‌ ହଲାମି।‘ ଆଉ ପରେ ପିଲାଟି ବାପାଙ୍କର ପୂରା ଷ୍ଟଲଟିକୁ ଦେଖାଉଛନ୍ତି। ଲୋକମାନଙ୍କୁ ଅନୁରୋଧ କରୁଛି, ଏଠାକୁ ଆସିବାକୁ।’

Advertisment

ଛୋଟ ପିଲାର ଏହି ଭିଡିଓଟିକୁ ଅଧିକାଂଶ ଲୋକ ପସନ୍ଦ କରିବା ସହ ଅନେକ ଲୋକ ଲାଇକ୍‌ ଓ ସେୟାର ମଧ୍ୟ କରିଛନ୍ତି । ପିଲାଟିର ଭିଡିଓ ଭାଇରାଲ୍‌ ହେବା ପରେ ତାଙ୍କ ଷ୍ଟଲ୍‌ ମଧ୍ୟ ଖୁବ୍‌ ଫେମସ୍‌ ହୋଇଯାଇଛି । ତେବେ ‘ବାବା କା ଢାବା’ ପରି ସୋସିଆଲ ମିଡିଆ ପୁଣି ଏକ ପରିବାର ମୁହଁରେ ହସ ଫୁଟିଥିବାର ଦେଖିବାକୁ ମିଳିଛି ।

Viral News
Advertisment
Advertisment