• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାମର ଶେଷ ଦିନରେ କାନ୍ଦି ପକାଇଲେ ଏୟାରହୋଷ୍ଟେସ୍‌ । ସକକର୍ମୀ ଓ ଯାତ୍ରୀଙ୍କୁ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ ଦେବା ସମୟରେ ସେ ଭାବପ୍ରବଣ ହୋଇଉଠିଥିବା ଦେଖିବାକୁ ମିଳୁଛି । କାର୍ଯ୍ୟସ୍ଥଳରେ ସକକର୍ମୀଙ୍କ ସହ ବେଶ କିଛି ଦିନର ସମ୍ପର୍କକୁ ଶେଷ କରି ସବୁଦିନ ପାଇଁ ଯାଉଥିବା ସମୟରେ ତାଙ୍କର ଆଖି ଓଦା ହୋଇଯାଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ଇଣ୍ଡିଗୋ ବିମାନର ଏୟାରହୋଷ୍ଟେସ ବିମାନରେ ବିଦାୟୀ ଭାଷଣ ଦେଉଥିବାର ନଜର ଆସୁଛନ୍ତି ।

ଇଣ୍ଡିଗୋ ବିମାନ କର୍ମଚାରୀ ସୁରଭି ନାୟାର । ଇଣ୍ଡିଗୋ ବିମାନର ଏୟାରହୋଷ୍ଟେସ । କାର୍ଯ୍ୟର ଶେଷ ଦିନର ଯାତ୍ରୀ ଏବଂ ଅନ୍ୟ କ୍ରୁ ସଦସ୍ୟଙ୍କୁ ସମ୍ବୋଧିତ କରିବା ସମୟରେ ଆଖିରୁ ଝରିପଡ଼ୁଥିବା ଲୁହକୁ ଚାପିବା ପାଇଁ ସେ ଚେଷ୍ଟା କରୁଛନ୍ତି । କିନ୍ତୁ ଅମାନିଆ ଲୁହ ତାଙ୍କ ବୋଲ ମାନୁନି । ଯେତେ ଲୁଚାଇବା ପାଇଁ ଚେଷ୍ଟା କଲେ ମଧ୍ୟ ଧାର ଧାର ହୋଇ ବହିପଡ଼ୁଛି ।

ତେବେ ସେ ବିଦାୟୀ ଭାଷଣ ଦେଇ କହିଛନ୍ତି, ମୁଁ କେବେ ଚିନ୍ତା କରିନଥିଲି ଏପରି ଦିନ ଆସିବ । ସେ ତାଙ୍କ କମ୍ପାନୀ ଏବଂ ସହକର୍ମୀଙ୍କୁ ଆହୁରି ପ୍ରଶଂସା କରି କହିଛନ୍ତି । 'ଏହି କମ୍ପାନୀ ସବୁକିଛି ଦେଇଛି, ଏଠାରେ କାମ କରିବା ମୋର ସୌଭାଗ୍ୟ । ସମୟ ପୂର୍ବରୁ ବେତନ ଦେବା ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଧ୍ୟାନ ରଖିବା । ବିଶେଷ କରି ଝିଅମାନଙ୍କୁ କମ୍ପାନୀ ପକ୍ଷରୁ ଅଧିକ ସୁବିଧାସୁଯୋଗ ଯୋଗାଇ ଦିଆଯାଇଥାଏ । ଯିବାକୁ ଆଦୌ ଇଚ୍ଛା ନାହିଁ, କିନ୍ତୁ ଯିବାକୁ ପଡ଼ିବ । ସୁରଭି ହସି ହସି ଲୁହ ପୋଛିବା ସହ ଉପସ୍ଥିତ ଯାତ୍ରୀ ଓ ନିଜ ସହକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅମୃତା ସୁରେଶ ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଇଣ୍ଟରନେଟରେ ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହ ତାଙ୍କର ଅନେକ ସହକର୍ମୀ ତାଙ୍କୁ ତାଙ୍କର ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ଆର୍ଟିଷ୍ଟ ତଥା ଯାତ୍ରୀ ଅଲସାନ୍ଦ୍ରା ଜନସନ ଲେଖିଛନ୍ତି, ' ତୁମେ ଯେମିତି ଜଣେ ଚମତ୍କାର କ୍ରୁ ସଦସ୍ୟ ସେହିପରି ଜଣେ ଭଲ ମଣିଷ । ତୁମ ମୁହଁରେ ହସ ବିନା ମୁଁ ଆଉ କିଛି କେବେ ଦେଖି ନାହିଁ । ତୁମର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ।