• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋବାଇଲ ବଞ୍ଚାଇ ଦେଲା ଯବାନଙ୍କ ଜୀବନ । ସ୍ମାର୍ଟଫୋନ୍ ଯୋଗୁଁ ୟୁକ୍ରେନର ଜଣେ ଯବାନଙ୍କ ଜୀବନ ବଞ୍ଚି ଯାଇଛି । ୟୁକ୍ରେନ୍-ରଷିଆ ଯୁଦ୍ଧ ଭିତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଋଷୀୟ ସେନାଙ୍କ ପ୍ରଚଣ୍ଡ ଆକ୍ରମଣ ସମୟରେ ସେନାର ଗୁଳି ଜଣେ ଯବାନଙ୍କ ଦେହରେ ବାଜିଥିଲା । ହେଲେ ଜାକେଟର ପକେଟରେ ଥିବା ସ୍ମାର୍ଟଫୋନରେ ବାଜି ଥିଲା ୭.୬୨ଏମ୍ଏମର ଗୁଳି । ସୌଭାଗ୍ୟବଶତଃ ଫୋନର କଭର୍ ଭିତରେ ହିଁ ଗୁଳିଟି ଅଟକି ଯାଇଥିଲା । ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯବାନ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡ୍ଡିଟରେ ପ୍ରଥମେ ସେୟାର ହୋଇଥିବା ଏହି ୩୦ ସେକେଣ୍ଡର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ୟୁକ୍ରେନ ସୈନ୍ୟ ଜଣ ନିଜ ପକେଟରେ ହାତ ଭର୍ତ୍ତି କରି ମୋବାଇଲ ଚେକ୍ କରୁଛନ୍ତି । ତେବେ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି , ତାଙ୍କ ମୋବାଇଲ୍ ପଛରେ ଏକ ବୁଲେଟ୍ ଲାଗିଛି । ଭିଡିଓରେ ଗୁଳି ଫୁଟିବରାର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି ।

ରିପୋର୍ଟ ଅନୁସାରେ ମୋବାଇଲ୍ ଫୋନ୍ ଯୋଗୁଁ ତାଙ୍କ ଜୀବନ ରକ୍ଷା ପାଇଛି ବୋଲି ସୈନ୍ୟ ଜଣକ କହିଛନ୍ତି । ବୁଲେଟ୍ ଯଦି ସିଧାସଳଖ ଫୋନ୍ ପରିବର୍ତ୍ତେ ତାଙ୍କ ଠାରେ ବାଜିଥାଆନ୍ତା, ତେବେ ତାଙ୍କ ଜୀବନ ଚାଲିଯାଇ ଥାଆନ୍ତ ନିଶ୍ଚୟ । ତେବେ ଭିଡିଓରେ ଫୋନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଭିଡିଓରେ ଦେଖିବାକୁ ମିଳୁଛି ଏହା ନୋକିଆ କମ୍ପାନୀର ଏକ ମୋବାଇଲ୍ ଫୋନ୍ । ଜଣେ ୟୁଜର ପ୍ରଶ୍ନ କରିଛନ୍ତି, ଏପରି ନୋକିଆ ଫୋନ୍ ଆଜି ବି ଚାଲୁଛି କି? ସୋସିଆଲ ମିଡିଆରେ ଅଧିକାଂଶ ୟୁଜର ମୋବାଇଲ୍ ଫୋନ ଯୋଗୁଁ ଜୀବନ ବଞ୍ଚିଯିବା ତାଙ୍କର ସୌଭାଗ୍ୟ ବୋଲି କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now