/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643770774.jpg)
Elephant Strays Into Human Habitation In Dhenkanal, Locals In Panic
ସହରରେ ହାତୀ ଆତଙ୍କ । ଢ଼େଙ୍କାନାଳ ସହର ଭିତରେ ଗୋଠଛଡା ଦନ୍ତା ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି । ଢେଙ୍କାନାଳ ଭଗବାନପୁର ନିକଟରେ କପିଳାସକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାତୀଟି ପାର ହେଉଥିବା ବେଳେ ସ୍ଥାନୀୟ ଲୋକେ ହାତୀକୁ ଦେଖି ଆତଙ୍କିତ ହୋଇଥିବା ସୂଚନା ମିଳିଛି । ଗତ କିଛିଦିନ ପୁର୍ବରୁ ଗୋଠଛଡା ଦନ୍ତାଟି ବସ୍ତି ଭିତରେ ପଶିବା ସହିତ ଚାଷୀଙ୍କ ଧାନଫସଲ ନଷ୍ଟ କରିଥିଲା ।
ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ ମଧ୍ୟ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରାଯାଇଛି ।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ଏ ନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସେହିପରି ଗତ ଜାନୁଆରୀ ୨୩ ତାରିଖରେ, ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଗୋପାଳପୁର ଗାଁର ବୃଦ୍ଧ ଫକୀର ନାୟକଙ୍କ ମୃତ୍ୟୁ ହୋଇଥିଲା । ଫକୀର ଶୌଚ ପାଇଁ ଯାଇ ଫେରୁଥିବା ବେଳେ ଘର ପଛପଟ ବାଡିରେ ତାଙ୍କୁ ଏକ ହାତୀ ଦଳିଦେଇଥିଲା । ଶେଷରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଗୋଠ ଛଡା ଗୋଟିକିଆ ଦନ୍ତାର ଉତ୍ପାତରେ ସଂମ୍ପୃକ୍ତ ଅଞ୍ଚଳରେ ଛନକା ପଶିଥିଲା। ହାତୀକୁ ଘଉଡାଇବା ଲାଗି ଅଞ୍ଚଳବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ କପିଳାସ ରେଞ୍ଜର ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)