• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମେ ବିବାହିତ ମହିଳାଙ୍କ ସହିତ ସେକ୍ସ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଲା ବଏଫ୍ରେଣ୍ଡ । ଏଭଳି ଘୃଣ୍ୟ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ବଏଫ୍ରେଣ୍ଡ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି ।

ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ । ଏକ ମିସକଲରୁ ଉଭୟ ମହିଳା ଓ ଯୁବକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ତେବେ ସୁନିତାଙ୍କର ଅନ୍ୟ କୌଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହରେ ଟୁକୁ ତାଙ୍କୁ ଚଳିତ ମାର୍ଚ୍ଚ ୧୨ ତାରିଖ ଦିନ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ଆଣି ପ୍ରଥମେ ମାଡ଼ ମାରିଥିଲା । ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଟୁକୁ ତାଙ୍କୁ ମୃତ ବୋଲି ଭାବି ଡରିଯାଇଥିଲା । ଆଉ ପ୍ରମାଣ ନଷ୍ଟ କରିବା ଉଦେଶ୍ୟରେ ଚେତାଶୂନ୍ୟ ଅବସ୍ଥାନରେ ମହିଳାଙ୍କ ଉପରେ ନଡ଼ା ଓ ତାଳପତ୍ର ପକାଇ ନିଆଁ ଲଗେଇ ଦେଇ ଚମ୍ପଟ ମାରିଥିଲା ।

ହେଲେ ସୌଭାଗ୍ୟ ବଶତଃ ସୁନିତା ବଞ୍ଚି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ପରେ ଅଭିଯୁକ୍ତ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି । ଯାହାକୁ ନେଇ ଅଧିକ ତଦନ୍ତ ଚଳାଇଛି ସାଇଣ୍ଟିଫିକ ଟିମ ।

ଉକ୍ତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ୍‌ ପ୍ରଥମେ ଟୁକୁଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ଟୁକୁ ମଧ୍ୟ ଦୋଷ ସ୍ୱୀକାର କରିଥିଲା । ପୋଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ଟୁକୁଖୁ ଗିରଫ କରି କୋର୍ଟ ଚାଲାଣ କରିଛି ।