/odishatv-khabar/media/post_attachments/uploadimage/library/16_9/16_9_0/anjali_1642861219.jpg)
anjali
ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା, ଏବେ ସମିତି ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଞ୍ଜଳୀ ।
ତେବେ ସବୁଠାରୁ ବଡ଼ କଥା ହେଲା ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଞ୍ଜଳୀ ତିନି ଥର ବିଧାୟିକା ହୋଇସାରିଛନ୍ତି । ଏମିତିକି ସେ ଦୁଇ ଦୁଇଟି ମନ୍ତ୍ରୀ ପଦରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ବିଜେଡି ତରଫରୁ ପ୍ରାର୍ଥୀ ହୋଇ ସେ ହିନ୍ଦୋଳ ବିଧାନସଭା ଆସନରୁ ବିଜୟ ହୋଇଥିବା ବେଳେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ମୁଣ୍ଡାଇଥିଲେ ।
କିନ୍ତୁ ଦୁର୍ଭାଗ୍ୟ ବସତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଆଉ ଦଳ ତାଙ୍କୁ ଉପରୁ ଆସ୍ଥା ଫେରାଇନେଇଥିଲା । ଫଲରେ ତାଙ୍କୁ ଆଉ ବିଜେଡି ଟିକଟ ମିଳିନଥିଲା । ପରେ ସେ ରାଜନୀତି ମଇଦାନରେ କିଛି ଦିନ ପାଇଁ ସାଇଲେଣ୍ଟ ରହିଥିଲେ । ତାପରେ ବିଜେପିରେ ସମିଲ ହୋଇଥିଲେ । ଅଞ୍ଜଳୀ ଏବେ ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସେମିତି ଆଉ ଏକ ଉଦାହରଣ ହେଉଛନ୍ତି ହାଲୁ ମୁଣ୍ଡାରୀ । ଦିନେ ସେ ବିଧାୟକ ଥିଲେ । ଏବେ ଜିଲ୍ଲାପରିଷଦ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।ରଘୁନାଥପଲ୍ଲୀର ପୂର୍ବତନ ବିଧାୟକ ହେଉଛନ୍ତି ହାଲୁ ମୁଣ୍ଡାରୀ । ୨୦୦୪ ରୁ ୨୦୦୯ ମସିହା ଯାଏ ସେ ଜେଏମ୍ଏମ୍ରୁ ବିଧାୟକ ଥିଲେ । କିନ୍ତୁ ଏବେ ବିଜେଡିରେ ସାମିଲ ହୋଇ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଜଣେ ପୂର୍ବତନ ବିଧାୟକ ଜିଲ୍ଲା ପରିଷଦ ସଦସ୍ୟ ଭାବେ ଛିଡ଼ା ହେବା ଏହି ଜିଲ୍ଲା ପାଇଁ ପ୍ରଥମ ଘଟଣା । ପାନପୋଷ ଉପ ଜିଲ୍ଲାପାଳଙ୍କ ଅଫିସ୍ରେରେ ସେ ନାମାଙ୍କନ ଦାଖଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)