Advertisment

ନିର୍ବାଚନ ପୂର୍ବରୁ ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ, ସ୍କୁଟିରେ ଲାଗିଛି ରକ୍ତଛିଟା

ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Samiti Member Candidate's Husband Goes Missing

Samiti Member Candidate's Husband Goes Missing

ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ। ଗତକାଲି ରାତିରୁ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ୱାମୀ ନିଖୋଜ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ୨ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ନିଖୋଜ ଅଛନ୍ତି। 

Advertisment

ଗତକାଲି ରାତିରେ ଚିନ୍ମୟ ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ଏନେଇ ଚିନ୍ମୟ ଫୋନ କରି ଘରକୁ ଜଣାଇଥିଲେ। ଏହାପରେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ଶେଷରେ ଘଟଣା ସମ୍ପର୍କରେ ଚିନ୍ମୟଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। 

ଗତକାଲି ବିଳମ୍ବିତ ରାତିରେ ଢୋଲପଶି-ସାଙ୍କୁଲେଇ ରାସ୍ତାକଡ଼ରୁ ଚିନ୍ମୟଙ୍କ ସ୍କୁଟିକୁ ପୋଲିସ୍‌ ଜବତ କରିଛି। ସ୍କୁଟିରେ ରକ୍ତ ଛିଟା ଲାଗିଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ସାଙ୍କୁଲେଇ ପଞ୍ଚାୟତରେ ଭୋଟ୍‌ ଗ୍ରହଣ ହେବ।

Advertisment
Odisha Panchayat Polls Odisha Panchayat Elections
Advertisment
Advertisment