/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646284263.jpg)
Miscreants hurl bombs at a house in Mahulapala village late last night
ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ କାମାକ୍ଷାନଗର ପୋଲିସ ଗାଁର ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ମହୁଲପାଳ ଗାଁର ବାଲୁଙ୍କେଶ୍ୱର ଦେହୁରୀଙ୍କ ପରିବାର ଲୋକଙ୍କୁ ତାଙ୍କ ପଡୋଶୀ ରବି ନାରାୟଣ ପେଣ୍ଠେଇଙ୍କ ପରିବାର ଲୋକେ ଗୁଣି ଗାରେଡି କରୁଥିବା ନେଇ ଅଭିଯୋଗ ହୋଇ ହୋଇଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଫଇସଲା ମଧ୍ୟ ହୋଇଥିଲା । କିନ୍ତୁ ଗତକାଲି ଗାଁ ଠାକୁରାଣୀଙ୍କ ପୀଠରେ ନିୟମ କରିବାକୁ ନେଇ ଉଭୟ ପରିବାରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ ନେଇ ରାତି ପ୍ରାୟ ସାଢେ ୧୦ଟାରେ ରବିନାରାୟଣ ପେଣ୍ଠେଇ ଏବଂ ତାଙ୍କର ଦୁଇ ପୁଅ ବାଲୁଙ୍କେଶ୍ୱରଙ୍କ ଘର ଉପରକୁ ବୋମା ମାଡ଼ କରିଥିଲେ ।
ବୋମା ମାଡରେ ବାଲୁଙ୍କେଶ୍ୱରଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଘରର ଗ୍ରୀଲ, କବାଟ ଭାଙ୍ଗିବା ସହ କୋଠା ଘରଟି ଭୁଶୁଡି ଯାଇଛି । ଘଟଣାରେ କାମାକ୍ଷାନଗର ପୋଲିସ ରବି ନାରାୟଣ ପେଣ୍ଠେଇ ଓ ତାଙ୍କ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)