Advertisment

୪୮ ଘଣ୍ଟା ପରେ ମିଳିଲେ ପ୍ରାର୍ଥିନୀଙ୍କ ସ୍ୱାମୀ, ଚେତାଶୂନ୍ୟ ହୋଇ ଓଭରବ୍ରିଜ୍‌ ତଳେ ପଡ଼ିଥିଲେ...

ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍‌ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Samiti Member Candidate's Husband Rescued

Samiti Member Candidate's Husband Rescued

ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ୨ନମ୍ବର ଜିଲ୍ଲା ପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀ ଭାରତୀ ରଥଙ୍କ ସ୍ୱାମୀ ଚିନ୍ମୟ କୁମାର ଦାସ ବୁଧବାର ରାତିରୁ ନିଖୋଜ ଥିଲେ। ତେବେ ଆଜି ସକାଳେ ବାଜିଚୌକ ଓଭରବ୍ରିଜ୍‌ ତଳୁ ସଦର ଥାନା ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି। 

Advertisment

ଚିନ୍ମୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ସେଠାକୁ କିଭଳି ଓ କେଉଁ ପରିସ୍ଥିତିରେ ଆସିଲେ ? ଦୁଇ ଦିନ ଧରି କେଉଁଠି ଥିଲେ ? ସେ ସମ୍ପର୍କରେ ତଦନ୍ତ ଚାଲିଛି। ଢୋଲପଶି-ସାଙ୍କୁଲେଇ ରାସ୍ତାକଡ଼ରୁ ଚିନ୍ମୟଙ୍କ ସ୍କୁଟିକୁ ପୋଲିସ୍‌ ଜବତ କରିଥିଲା। ସ୍କୁଟିରେ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଥିଲା। 

ସୂଚନାଥାଉ କି, ବୁଧବାର ରାତିରେ ଚିନ୍ମୟ ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ଅଟକାଇଥିଲେ। ଏନେଇ ଚିନ୍ମୟ ଫୋନ କରି ଘରକୁ ଜଣାଇଥିଲେ। ଏହାପରେ ତାଙ୍କ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା। ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା। ଶେଷରେ ଘଟଣା ସମ୍ପର୍କରେ ଚିନ୍ମୟଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। 

Advertisment
Odisha Panchayat Elections
Advertisment
Advertisment