• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହା ଆଡମ୍ବରରେ ପାଳନ ହେଲା କୁକୁର ବିବାହ । କୁନି ଝିଅର କୁକୁର ସହ ପଡ଼ିଲା ହାତଗଣ୍ଠି ।  ଢେଙ୍କାନାଳ କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ରିଷ୍ଟ ଖଣ୍ଡନ ପାଇଁ ଆଦିବାସୀ ପରମ୍ପରାରେ ନାବାଳିକା ସହ କୁକୁରର ବିବାହ କରାଯାଇଛି । କରଗୋଳା ଦେବଗଣ ସାହିରେ ହୋଇଛି ଏହି ବିବାହ ।

ପରମ୍ପରା ଏକ କୁକୁର ସହ ନାବାଳିକାଙ୍କ ଯଥାରୀତି ବିବାହ କରାଯାଇଛି । ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ ।  ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ସେହିପରି ଶିଶୁପୁତ୍ରର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିଲେ, ତାକୁ ମାଈ କୁକୁର ସହ ବିବାହ କରିବାର ପରମ୍ପରା ରହିଥିବା କହିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ କୁକୁର ବିବାହ ଉତ୍ସବ ଆଦିବାସୀ ରୀତିନୀତି ଅନୁଯାୟୀ ହୋଇଥାଏ । ଖାଲି ସେତିକି ନୁହେଁ ଏହି ଉତ୍ସବରେ ପାରମ୍ପାରିକ ବାଦ୍ୟ ସହ ନାଚଗୀତରେ ମସଗୁଲ ହୋଇଥାନ୍ତି ଲୋକେ । ଏଥି ସହ ଭୋଜିଭାତର ବି ଆୟୋଜନ କରାଯାଇଥାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now