Advertisment

ବାଇକ୍‌ ପାଇଁ ବାପାର ତଣ୍ଟି କାଟି ଦେଲା ପୁଅ, ଶବ ପୋଡ଼ିବାକୁ ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ୍‌

ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ପୋଲିସ୍‌ ଅଭିଯୁକ୍ତ ପୁଅକୁ ଧରିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Son Kills Father

Son Kills Father

ନୃଶଂସ ପୁଅର ଉନ୍ମତ୍ତ କାଣ୍ଡ। ବାଇକ ନ ଦେବାରୁ ବାପାର ତଣ୍ଟି କାଟି ପଥରରେ ଛେଚି ହତ୍ୟା କଲା ପୁଅ। ଢେଙ୍କାନାଳ ଜିଲ୍ଲା ଟାଉନଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ବାପାକୁ ହତ୍ୟା କରି ଶବ ପୋଡ଼ିବାକୁ ଯାଉଥିବା ବେଳେ ମଶାଣିରେ ଟାଉନଥାନା ପୋଲିସ୍‌ ଅଭିଯୁକ୍ତ ପୁଅକୁ ଧରିଥିଲା।

Advertisment

ସୂଚନା ଅନୁସାରେ, କୋରିଆଁ ଜୁଆଙ୍ଗ ବସ୍ତିରେ ରହୁଥିବା ତ୍ରିଲୋଚନ ପ୍ରଧାନ ଜାଗା ବିକ୍ରି କରି ସାନ ପୁଅ ପାଇଁ ଏକ ବାଇକ କିଣି ଦେଇଥିଲେ। ଏହାର ପ୍ରତିବାଦ କରି ବଡ଼ ପୁଅ ପ୍ରକାଶ ନିଜ ପାଇଁ ଗାଡି କିଣିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା ଓ ମଦ ପିଇ ଗଣ୍ଡଗୋଳ କରିଥିଲା। ଗଣ୍ଡଗୋଳ ବଢ଼ିବା ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରକାଶ ବାପା ତ୍ରିଲୋଚନଙ୍କ ବେକକୁ ବ୍ଲେଡ୍‌ରେ କାଟିବା ସହ ପଥର ଛେଚି ହତ୍ୟା କରିଥିଲା। 

ବାପାକୁ ହତ୍ୟା କରିବା ପରେ ମଶାଣିକୁ ଶବ ସତ୍କାର ପାଇଁ ନେବା ବେଳେ ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସ ଶବକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବଡ଼ ପୁଅ ପ୍ରକାଶକୁ ଅଟକ ରଖିଛି। ପ୍ରକାଶଙ୍କ ଆଉ ଜଣେ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ୍‌ ଅଟକ ରଖିଛି। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
Son Kills Father Murder
Advertisment
Advertisment