/odishatv-khabar/media/post_attachments/uploadimage/library/16_9/16_9_0/s_1645243366.jpg)
Trailer Falls Off Bridge
ବ୍ରିଜ୍ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ କମଗରା ଗାଁ ନିକଟ ବ୍ରାହ୍ମଣୀ ନଦୀ ବ୍ରିଜ୍ ବାଡ଼ ଭାଙ୍ଗି ଟ୍ରେଲରଟି ନଦୀକୁ ଖସି ପଡ଼ିଥିଲା।
ସୂଚନା ଅନୁସାରେ, ଢେଙ୍କାନାଳରୁ କାମାକ୍ଷାନଗର ଆସୁଥିବା ଏକ ଲୁହା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ବ୍ରିଜ୍ରୁ ତଳକୁ ଖସି ପଡ଼ିଥିଲା। ସଙ୍କଟାପନ୍ନ ଅବସ୍ଥାରେ ଡ୍ରାଇଭର ଓ ହେଲ୍ପର୍ଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲେ। ଢେଙ୍କାନାଳ ମେଡ଼ିକାଲରେ ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭରଙ୍କୁ ପ୍ରଥମେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଉଭୟ ଡ୍ରାଇଭର ଓ ହେଲପରଙ୍କର କୌଣସି ପରିଚୟ ମିଳିପାରିନି। ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)