/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642919822.jpg)
Old man Dead In Elephant Attack At Dhenkanal
ଥମୁନି ହାତୀଙ୍କ ଉପଦ୍ରବ । ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ହାତୀ ଆକ୍ରମଣରେ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଗୋପାଳପୁର ଗାଁର ଫକୀର ନାୟକ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ, ଫକୀର ଶୌଚ ପାଇଁ ଯାଇ ଫେରୁଥିବା ବେଳେ ଘର ପଛପଟ ବାଡିରେ ତାଙ୍କୁ ଏକ ହାତୀ ଦଳିଦେଇଥିଲା । ଶେଷରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗୋଠ ଛଡା ଗୋଟିକିଆ ଦନ୍ତାର ଉତ୍ପାତରେ ସଂମ୍ପୃକ୍ତ ଅଞ୍ଚଳରେ ଛନକା ପଶିଛି ।
ହାତୀକୁ ଘଉଡାଇବା ଲାଗି ଅଞ୍ଚଳବାସୀ ବନ ବିଭାଗକୁ ସୀଚନା ଦେଇଛନ୍ତି । ଘଟଣା ସ୍ଥଳରେ କପିଳାସ ରେଞ୍ଜର ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତୁରନ୍ତ ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ସେହିପରି ପୂର୍ବରୁ ମଧ୍ୟ ଗତ ୨୨ ଏପ୍ରିଲ୍ ୨୦୧୮ ମସିହାରେ ଢେଙ୍କାନାଳ ସଦର ରେଞ୍ଜ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଥିଲା । ହାତୀ ଉପଦ୍ରବରେ ୧୦ ଦିନ ଭିତରେ ୬ଜଣଙ୍କ ଜୀବନ ଯାଇଥିଲା । ଏହାସହ ସଦର ରେଞ୍ଜରେ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଯାହା ଫଳରେ କାଉଁରିଆପାଳ, ବଉଳପୁର, ବାଙ୍ଗୁରିସିଂ, ଚାଉଳିଆ ଆଦି ଗାଁର ଲୋକମାନେ ହାତୀ ଭୟରେ ଘରୁ ପଦାକୁ ବାହାରୁ ନଥିବା ସହ ଗାଁରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହୋଇଥିଲା । ଏମିତି କି ସେହି ସମୟରେ ଏହିସବୁ ଗାଁରେ ୧୦୦ରୁ ଅଧିକ ହାତୀ ଘେରି ରହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)