/odishatv-khabar/media/post_attachments/uploadimage/library/16_9/16_9_0/ss_1642660407.jpg)
Havildar Arrested
ବନ୍ଧା ହେଲେ ପୋଲିସ୍ ବାବୁ। ଯିଏ ଆଇନକୁ ସୁରକ୍ଷା ଦେବା କଥା ସିଏ ହିଁ ଏହାକୁ ଖିଲାପ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗରେ ଭୁବନେଶ୍ୱର ଧଉଳି ଥାନାର ହାବିଲଦାର ସଦାଶିବ ସ୍ୱାଇଁ ଗିରଫ ହୋଇଛନ୍ତି।
Advertisment
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ସଦାଶିବ ଦ୍ୱିତୀୟ ବିବାହ କରିଥିଲେ। ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହିଳା ଥାନା ପୋଲିସ୍ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ସଦାଶିବ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ସେ ଦ୍ୱିତୀୟ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରେ ଜଣାପଡ଼ିଥିଲା, ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ପୋଲିସ୍ ବାବୁ ଦ୍ୱିତୀୟ ବିବାହ କରିଥିଲେ।
ପତ୍ନୀଙ୍କୁ ନିର୍ଯାତନା ଓ ପ୍ରତାରଣା ଅଭିଯୋଗ ପରେ ପୋଲିସ୍ ସଦାଶିବଙ୍କୁ ଗିରଫ କରିଛି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)