/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642488458.jpg)
Election Commision
ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ SECଙ୍କ ବଡ ଘୋଷଣା । ପୂର୍ବରୁ ଥିବା ମୃତ୍ୟଜନିତ ଅନୁକମ୍ପା ରାଣି ବଢ଼ାଇଲେ SEC । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ମିଳିବ ।
ପୂର୍ବରୁ ଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିି ବଢ଼ାଇଲେ SEC । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ଅନୁକମ୍ପା । ଏହା ସହ ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ ।
ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ଶରୀରର କୌଣସି ଅଙ୍ଗ ଅର୍କମଣ୍ୟ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ଗୁରତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା ମିଳିବ । ଡ୍ୟୁଟି ସମୟରେ କୋଭିଡ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ ।
ଅନ୍ୟପଟେ ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ନାମାଙ୍କନ ଆରମ୍ଭ ଦିନ ହିଁ ୮ ହଜାରରୁ ଅଧିକ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିଭଳି ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି । କଟକର ସରକାରୀ ପ୍ରେସରୁ ଏହି ବାଲଟ ପେପର ସୁରକ୍ଷିତ ଭାବେ ଜିଲ୍ଲାଗୁଡ଼ଡିକୁ ଯାଇଛି । ବାକି ଜିଲ୍ଲାର ବାଲଟ ପେପର ଆସନ୍ତାକାଲି ଓ ୨୧ ତାରିଖରେ ପଠାଯିବ ।
ସେହିଭଳି ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ତା’ମଧ୍ୟରୁ ଜିଲ୍ଲା ପରିଷଦ ପଦବୀ ପାଇଁ ୭୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ପଞ୍ଚାୟତ ସମିତିି ସଭ୍ୟ ପଦ ପାଇଁ ୫୧୨, ସରପଞ୍ଚ ପଦବୀ ପାଇଁ ୧ ହଜାର ୧୨୨ ଏବଂ ୱାର୍ଡ଼ସଭ୍ୟ ପଦବୀ ପାଇଁ ୭ ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)