/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642829147.jpg)
Green corridor
କଟକ SCB ମେଡିକାଲ୍ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର ହୋଇଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ।
Advertisment
ସୂଚନା ଅନୁସାରେ, ଅସୁସ୍ଥତା ଯୋଗୁ ସୁରତ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କ ବାପା ଇନ୍ଦ୍ରମଣି ପାଣି ଗତ ୧୦ ଦିନ ପୂର୍ବେ SCB ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। କିଡ୍ନୀ ଜନିତ ସମସ୍ୟା ଓ ଉଚ୍ଚ ରକ୍ତ ଚାପ ଯୋଗୁ ICUରେ ତାଙ୍କର ଚିକିତ୍ସା ଚାଲିଥିଲା।
ତେବେ ଅଧିକ ଚିକିତ୍ସା ପାଇଁ ଆଜି ସକାଳେ ଗ୍ରୀନ୍ କରିଡରରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ତାଙ୍କର ଚିକିତ୍ସା ହେବ। ଇନ୍ଦ୍ରମଣି ପାଣିଙ୍କ ଘର ଢେଙ୍କାନାଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)