• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଆଜି ପୁଣି ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନରୁ ୬୪୩୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୫୫ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬୧ ଜଣ ରହିଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୪୬୯ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୫୫ ହଜାର ୪୮୭କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରୁ ୧୪୧୬ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୭, ଷ୍ଟେଟ୍‌ପୁଲ୍ରୁ ୭୫୯, ମୟୂରଭଞ୍ଜରୁ ୩୯୩, ବାଲେଶ୍ୱର- ୩୨୩, ସମ୍ବଲପୁର- ୩୦୨, ବଲାଙ୍ଗିର- ୩୦୦, ଯାଜପୁର- ୨୭୫, ଜଗତସିଂହପୁର- ୨୭୩ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ୮୦, ୯୧୪ ସକ୍ରିୟ ମାମଲା ରହିଛି ।

 

 

ତେବେ ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ କୋଭିିଡ୍-୧୯ ଟାସ୍କ ଫୋର୍ସ ପକ୍ଷରୁ ବୟସ୍କ ରୋଗୀଙ୍କ ଚିକିତ୍ସା ପାଇଁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି । ଏଥିରେ ସାମାନ୍ୟ, ମଧ୍ୟମ ଓ ଗୁରୁତର ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି । ଏହି ଅନୁଯାୟୀ ସାମାନ୍ୟ ଲକ୍ଷଣ ଥିବା ରୋଗୀ ହୋମ ଆଇସୋଲେସନରେ ରହିବେ, ଗୁରୁତର ରୋଗୀଙ୍କ ପାଇଁ ICU ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ସଂଶୋଧିତ ଗାଇଡଲାଇନ୍‌ ଅନୁସାରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବା ରୋଗୀଙ୍କୁ ସାମାନ୍ୟ ଲକ୍ଷଣଯୁକ୍ତ ରୋଗୀ ଭାବେ ଗଣାହେବ । ସେମାନେ ଆଇସୋଲେସନରେ ରହିବା ସହ ଅନ୍ୟ ମାନଙ୍କଠାରୁ ଶାରୀରିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ହାତକୁ ସଫା କରିବା ଓ ଘର ଭିତରେ ବି ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ତେବେ ଶ୍ୱାସକ୍ରିୟାରେ କଷ୍ଟ ହେଲେ, ୫ରୁ ଅଧିକ ଦିନ ଧରି ଜ୍ୱର ବା କାଶ ହେଲେ ମେଡିକାଲ ସହାୟତା ଲୋଡିବା ପାଇଁ କୁହାଯାଇଛି ।

ସେହିପରି ଶରୀରରେ ଅକ୍ସିଜେନର ମାତ୍ରା ୯୦ରୁ ୯୩ ପ୍ରତିଶତ ଥିଲେ ମଧ୍ୟମ ଧରଣର ରୋଗୀଙ୍କ ଲକ୍ଷଣ ଭାବେ ବିବେଚନା କରାଯିବ । ସେମାନେ ଆବଶ୍ୟକସ୍ଥଳେ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇପାରିବେ । ସଂଶୋଧିତ ପ୍ରସ୍ତାବ ଅନୁଯାୟୀ ଏଭଳି ରୋଗୀଙ୍କୁ ଅକ୍ସିଜେନ ସହାୟତା ଦିଆଯିବ । ଅକ୍ସିଜେନର ମାତ୍ରା ୯୦ ପ୍ରତିଶତରୁ କମ ଥିଲେ ଗୁରୁତର ଲକ୍ଷଣଯୁକ୍ତ ରୋଗୀ ବୋଲି କୁହାଯିବ । ଏଭଳି ରୋଗୀଙ୍କୁ ICUରେ ଭର୍ତ୍ତି କରାଯାଇ ମେକାନିକାଲ ଭେଣ୍ଟିଲେସନରେ ରଖାଯିବ । ସ୍ୱାସ୍ଥ୍ୟରେ ଉନ୍ନତି ହେଲେ ଆଡ୍‌ମିଟ୍‌ ହୋଇଥିବା ରୋଗୀଙ୍କୁ ଡିସଚାର୍ଜ ନିୟମ ଅନୁଯାୟୀ ଛଡାଯିବ ।