/odishatv-khabar/media/post_attachments/uploadimage/library/16_9/16_9_0/capital-hospital_1626071983.jpg)
capital hospital
ହସ୍ପିଟାଲ ସାରା କରୋନା ପଜିଟିଭ୍ । ଯାହାକୁ ଦେଖିବ ଦେଖ ଏଠି ସବୁ ପଜିଟିଭ୍ । ଏଭଳି ଏକ ବଡ଼ମ୍ବନାର ପରିସ୍ଥିତି ସାମ୍ନାକୁ ଆସିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ । ତୃତୀୟ ଲହରରେ କରୋନରେ ଆକ୍ରାନ୍ତ ହେଲେଣି କ୍ୟାପିଟାଲ ହସ୍ପିଟାଲର ପାଖାପାଖି ୧୩୦ ଫ୍ରଣ୍ଟଲାଇନ ଓ୍ୱାର୍କର । କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡାକ୍ତର ଲଷ୍ମୀଧର ସାହୁ ଏନେଇ ସୂଚନା ଦେଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୪୦ ଡାକ୍ତର, ୩୦ ଷ୍ଟାଫ୍ ନର୍ସ ଓ ୪୦ ଲାବରୋଟୋରୀ ଟେକ୍ନିସିଆନ ଏବଂ ୧୦ରୁ ୧୫ ଜଣ ଫାର୍ମାସିଷ୍ଟ । ଏଣୁ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । କମ କର୍ମଚାରୀରେ ଏବେ ଚାଲିଛି କ୍ୟାପିଟାଲ୍ ହସ୍ପିଟାଲ୍ରେ କାମ । ଏବେ ଅପରାହ୍ନରେ ବନ୍ଦ ରଖାଯାଇଛି କ୍ୟାପିଟାଲ ହସ୍ପିଟାଲ ଓପିଡି । ଦିନର ପ୍ରଥମ ଭାଗରେ ୮ଟାରୁ ଗୋଟାଏ ଯାଏ ଚାଲୁଛି ଓପିଡି । ଅପରାହ୍ନରେ ୩ଟାରୁ ୫ଟା ଯାଏ ଚାଲୁଥିବା ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି ।
ପୂର୍ବରୁ ଏମ୍ସରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଛି । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୦ ନର୍ସିଂ କର୍ମଚାରୀ ଓ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହି କାରଣରୁ ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)