• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଭୁବନେଶ୍ୱର ଚାଲ । ଆଲବମରେ ରୋଲ ମିଳିବ । ହିରୋଇନ ହେବ ।’ ଏଭଳି କିଛି ଲୋଭ ଦେଖାଇ ରାଜଧାନୀର ଏକ ଭଡା ଘରେ ରଖି ୭ ମାସ ଧରି ଜଣେ ମହିଳାଙ୍କୁ କରାଯାଇଥିଲା ଦୁଷ୍କର୍ମ । ଏପରିକି ହାତ ଗୋଡ ବାନ୍ଧି ଉଲଗ୍ନ ଅବସ୍ଥାରେ ଭିଡିଓ କରାଯାଇଥିଲା । ବାହାରୁ ଗ୍ରାହକଙ୍କୁ ଆଣି ଜବରଦସ୍ତ ଶାରୀରିକ ସମ୍ପର୍କ ରଖାଯାଉଥିଲା । ଫୁଲବାଣୀର ଜଣେ ଯୁବକ ନାଁରେ ଏଭଳି ଅଭିଯୋଗ ଆସିଛି ।

ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଜେଲରେ ଥିବା ବେଳେ ୨୦୨୦ ଡିସେମ୍ବର ୨୩ରେ ତାଙ୍କୁ ଭୁବନେଶ୍ୱର ଆଣି ସୁନ୍ଦରପଦା ଅଞ୍ଚଳରେ ରଖିଥିଲା ଅଭିଯୁକ୍ତ ।

ପରେ କୌଶଳ କ୍ରମେ ୨୦୨୧ ଜୁଲାଇ ୨୩ ରେ ସେ ପାଚେରୀ ଡେଇଁ ନିଜ ଘର ଫୁଲବାଣୀକୁ ପଳେଇ ଥିଲା । ଏବେ ୨୦୨୨ ଜାନୁଆରୀ ୮ରେ ପୁନଃ ତାଙ୍କୁ ଅପହରଣ କରି ସମ୍ବଲପୁର ନେଇ ୮ ଦିନ ରଖିବା ସହ ମୁହଁ ଖୋଲିଲେ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଇଛି ଅଭିଯୁକ୍ତ । ବଡ଼ କଥା ହେଉଛି, ଜାନୁୟାରୀ ୬ ରେ ଧମକ ଚମକ ଦିଆ ଯିବା ଓ ୮ରେ ନିଖୋଜ ହେବା ନେଇ ଥାନାରେ ଏତଲା ଦାୟର ପରେ ବି କୌଣସି ଆକ୍ସନ ନେଇ ନାହିଁ ଫୁଲବାଣୀ ଟାଉନ ଥାନା ପୋଲିସ । ଏସଂପର୍କରେ ପୋଲିସ କିମ୍ୱା ଅଭିଯୁକ୍ତର ପ୍ରତିକ୍ରିୟା ମିଳିପାରିନାହିଁ ।